ଧଉଳି ବିଶ୍ଵଶାନ୍ତି ଓ ସଂହତିର ବାର୍ତ୍ତା ଦିଏ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ଧଉଳି ଶାନ୍ତିସ୍ତୂପ ପ୍ରତିଷ୍ଠାର ଆଜି ସୁବର୍ଣ୍ଣ ଜୟନ୍ତୀ ପାଳନ କରାଯାଉଛି । ଏହି ଅବସରରେ ଆୟୋଜିତ ବର୍ଣ୍ଣାଢ୍ୟ ଉତ୍ସବରେ ସାମିଲ ହୋଇଛନ୍ତି ଦେଶ ବିଦେଶର ଶତାଧିକ ବୌଦ୍ଧ ସନ୍ୟାସୀ । ବିଶ୍ୱ ଶାନ୍ତି ଉଦ୍ଦେଶ୍ୟରେ ବୌଦ୍ଧ ସାଧୁ ସନ୍ଥଙ୍କ ଶାନ୍ତିମନ୍ତ୍ରରେ କମ୍ପୁଛି ପରିବେଶ । ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଧଉଳି ବିଶ୍ବଶାନ୍ତି ଓ ସଂହତିର ବାର୍ତ୍ତା ପ୍ରଚାର କରୁଛି । ଧଉଳି ଅଶୋକଙ୍କୁ ଧର୍ମାଶୋକରେ ପରିଣତ କରିଥିଲା ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ଦେଶବିଦେଶରୁ ଆସିଥିବା ସାଧୁ ସନ୍ୟାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ।

ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଜାପାନ, ଆମେରିକା, ୟୁକ୍ରେନ ଓ କାଜାକସ୍ଥାନରୁ ବହୁ ବୈ।ଦ୍ଧ ସନ୍ୟାସୀ ଓ ଶ୍ରଦ୍ଧାଳ ସାମିଲ ହୋଇଛନ୍ତି । ସୁବର୍ଣ୍ଣ ଜୟନ୍ତୀ ଅବସରରେ ସାମିଲ ହୋଇ ସମସ୍ତେ ଖୁସି ବ୍ୟକ୍ତ କରିବା ସହ ଧଉଳିର ଉନ୍ନତି ପାଇଁ ରାଜ୍ୟ ସରକାର ନେଇଥିବା ପଦକ୍ଷେପକୁ ପ୍ରଶଂସା କରିଛନ୍ତି ।
ଅନ୍ୟପକ୍ଷରେ ଆଜିଠୁ ଧଉଳିରେ ପୁଣି ଆରମ୍ଭ ହେବ ଲାଇଟ ଆଣ୍ଡ ସାଉଣ୍ଡ ଶୋ’ । ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗଙ୍କ ସୁବିଧା ପାଇଁ ସ୍ୱତନ୍ତ୍ର ଲିଫ୍ଟର ବ୍ୟବସ୍ଥା କରାଯାଇଛି । ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ସରକାରଙ୍କ ପକ୍ଷରୁ ପ୍ରାୟ ଦୁଇ କୋଟି ଟଙ୍କା ଅନୁଦାନରେ ଏହାର ମରାମତି ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯାଇଛି ।

Comments are closed.