କଳାକୁବେର ଯନ୍ତ୍ରୀଙ୍କ କ୍ରିପ୍ଟୋ ପୁଞ୍ଜି ଫ୍ରିଜ ପାଇଁ ଭିଜିଲାନ୍ସ ପଦକ୍ଷେପ

ଭୁବନେଶ୍ବର – ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ-ଆର୍‌ଡବ୍ଲୁଏସ୍‌ଏସ୍‌ ଭୁବନେଶ୍ୱର ସର୍କଲର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନିହାର ରଞ୍ଜନ ଦାସଙ୍କ କ୍ରିପ୍ଟୋ କାରବାର ଭିଜିଲାନ୍ସ ହାତରେ ଧରାପଡ଼ିଥିବା ବେଳେ ଆଜି କ୍ରିପଟୋ ଏଜେନ୍ସି କୁ ଚିଠି ଲେଖିଛି ଭିଜିଲାନ୍ସ। କ୍ରିପଟୋରେ ପୁଞ୍ଜି ଲାଗିଥିବା ଯନ୍ତୀଙ୍କ ୧ କୋଟି ୭୫ ଲକ୍ଷ ଟଙ୍କାକୁ ଫ୍ରିଜ କରିବାକୁ ଭିଜିଲାନ୍ସ ବିଭାଗ କ୍ରି‌ପ୍‌ଟୋକୁ ଚିଠି ଲେଖିଥିବା ସୂଚନା ରହିଛି। ବିଦେଶରେ ଥିବା କ୍ରିପଟୋ ଅଫିସକୁ ଇମେଲ କରି ଭିଜିଲାନ୍ସ ସହାୟତା ଲୋଡିଛି। ରାଜ୍ୟ ବାହାର କ୍ରିପଟୋ ଏକ୍ସପର୍ଟମାନଙ୍କୁ ମଧ୍ୟ ଏଥିରେ ନିୟୋଜିତ କରାଯାଇଛି।

Comments are closed.