କରୋନା ଅପଡେଟ୍: ଦେଶରେ ୧,୬୦୪ ନୂଆ ମାମଲା

ନୂଆଦିଲ୍ଲୀ: ଭାରତରେ ଦିନକରେ କୋଭିଡ-୧୯ ର ଆଉ ୧,୬୦୪ ନୂଆ ମାମଲା ରିପୋର୍ଟ ହୋଇଛି । ଏଥିସହ ଦେଶରେ ମୋଟ କୋଭିଡ୍ ମାମଲା ୪,୪୬,୫୨,୨୬୬ କୁ ବୃଦ୍ଧି ପାଇଛି । ଚିକିତ୍ସାଧୀନ ବା ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୮,୩୧୭କୁ ହ୍ରାସ ପାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ରବିବାର ସକାଳ ୮ ଟା ସୁଦ୍ଧା ଜାରି ତଥ୍ୟ ଅନୁଯାୟୀ କୋଭିଡ୍ ଯୋଗୁଁ ଆଉ ଆଠ ଜଣ ରୋଗୀ ପ୍ରାଣ ହରାଇଛନ୍ତି । ଦେଶରେ ମୋଟ କୋଭିଡ୍ ମୃତ୍ୟୁ ସଂଖ୍ୟା ୫,୨୯,୦୧୬ କୁ ବୃଦ୍ଧି ପାଇଛି।

Comments are closed.