ବହୁ ପରିମାଣର ଗଞ୍ଜେଇ ଜବତ, ଜଣେ ଗିରଫ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ତୁଷୁରା ପୁଲିସ ବେଆଇନ ଭାବେ ଚାଲାଣ ହେଉଥିବା ବହୁ ପରିମାଣର ଗଞ୍ଜେଇ ଜବତ କରିବା ସହ ଏଥିରେ ସମ୍ପୃକ୍ତ ଥିବା ଜଣେ ବ୍ୟକ୍ତିକୁ ଗିରଫ କରିଛି । ଗିରଫ ବ୍ୟକ୍ତି ଜଣକ ବିହାର ରାଜ୍ୟର ଭାନୁ ଚୌଧୁରୀ ବୋଲି ପୁଲିସ ଠାରୁ ସୂଚନା ମିଳିଛି ।

କୌଣସି ସୂତ୍ରରୁ ପୁଲିସ ଖବରପାଇ ମୁଖ୍ୟ ରାସ୍ତାରେ ଗଞ୍ଜେଇ ଚାଲାଣକାରୀକୁ ଗିରଫ କରିଛି । ତା’ଠାରୁ ମୋଟ ୮.୨ କେଜି ଗଞ୍ଜେଇ ସହ ଏକ ବାଇକ (ଓଡ଼ି ୦୩ଟି ୩୭୭୩) ଜବତ କରାଯାଇଛି । ଏନେଇ ଏକ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଛି ।

Comments are closed.