ଟି-୨୦ ବିଶ୍ୱକପ୍‌: ନ୍ୟୁଜିଲାଣ୍ଡକୁ ହରାଇ ସେମିଫାଇନାଲ ଆଶା ଉଜ୍ଜୀବିତ କଲା ଇଂଲଣ୍ଡ

ବ୍ରିସବେନ୍: ଏଠାରେ ମଙ୍ଗଳବାର ଟି-୨୦ ବିଶ୍ୱକପ୍‌ର ଏକ ବଡ଼ ମ୍ୟାଚରେ ଇଂଲଣ୍ଡ ୨୦ ରନରେ ନ୍ୟୁଜିଲାଣ୍ଡକୁ ହରାଇ ସେମିଫାଇନାଲ ଆଶା ଉଜ୍ଜୀବିତ କରିଛି । ଇଂଲଣ୍ଡର ଏହା ଦ୍ବିତୀୟ ବିଜୟ ହୋଇଥିବା ବେଳେ ନ୍ୟୁଜିଲାଣ୍ଡର ପ୍ରଥମ ପରାଜୟ।

ଏହି ବିଜୟ ପରେ ଇଂଲଣ୍ଡ ଗ୍ରୁପ୍-୧ ପଏଣ୍ଟ ତାଲିକାରେ ଅଷ୍ଟ୍ରେଲିଆକୁ ପଛରେ ପକାଇ ଦ୍ବିତୀୟ ସ୍ଥାନକୁ ଉଠିଛି । ଚାରିଟି ମ୍ୟାଚରୁ ଇଂଲଣ୍ଡ ପାଖରେ ୫ ପଏଣ୍ଟ ରହିଛି । ଅଷ୍ଟ୍ରେଲିଆ ନିକଟରେ ମଧ୍ୟ ୪ଟି ମ୍ୟାଚରୁ ୫ ପଏଣ୍ଟ ରହିଛି । ହେଲେ ମାଇନସ ରନ୍ ରେଟ୍ ଯୋଗୁଁ ଦଳ ତୃତୀୟ ସ୍ଥାନକୁ ଖସିଛି ‌। ନ୍ୟୁଜିଲାଣ୍ଡ ମଧ୍ୟ ୪ ମ୍ୟାଚ୍ ଖେଳି ୫ ପଏଣ୍ଟ ପାଇଛି । ତେବେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଅପେକ୍ଷା ଉନ୍ନତ ରନ୍ ରେଟ୍ ଯୋଗୁଁ ନ୍ୟୁଜିଲାଣ୍ଡ ପ୍ରଥମ ସ୍ଥାନ ବଜାୟ ରଖିଛି ।

ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ବେଳେ ଅଧିନାୟକ ଜୋସ ବଟଲର ଓ ଆଲେକ୍ହ ହେଲ୍ସଙ୍କ ଅର୍ଦ୍ଧଶତକ ସହାୟତାରେ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ବିକେଟ୍ ହରାଇ ୧୭୯ ରନ୍ କରିଥିଲା । ଏହାର ଜବାବରେ ନ୍ୟୁଜିଲାଣ୍ଡ ୬ ୱିକେଟ୍ ହରାଇ ୧୫୯ ରନ୍ କରିବାକୁ ସକ୍ଷମ ହୋଇଥିଲା | ଦଳ ପକ୍ଷରୁ ଗ୍ଲେନ୍ ଫିଲିପ୍ସ (୬୨ ରନ୍) ଏବଂ ଅଧିନାୟକ କେନ୍ ୱିଲିୟମସନ (୪୦ ରନ୍)ଙ୍କୁ ଛାଡି ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ସଫଳ ହୋଇପାରିନଥିଲେ । ଇଂଲଣ୍ଡ ତରଫରୁ ଦଳ ପକ୍ଷରୁ ସାମ୍ କରନ୍ ଏବଂ କ୍ରିସ୍ ୱୁକ୍ସ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ।

ପୂର୍ବରୁ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ ୬ ଓ୍ବିକେଟ୍ ହରାଇ କରି ୧୭୯ ରନ୍ କରିଥିଲା। ଜୋସ୍ ବଟଲର୍ ଏବଂ ଆଲେକ୍ସ ହାଲ୍ସ ଇଂଲଣ୍ଡ ପାଇଁ ଅର୍ଦ୍ଧଶତକ ହାସଲ କରିଥିଲେ। ହେଲ୍ସ ୪୦ଟି ବଲରେ ୭ଟି ଚୌକା ଓ ଗୋଟିଏ ଛକା ସହ ୫୧ ରନ୍ କରିଥିବାବେଳେ ବଟଲର ୪୭ ବଲରେ ୭ଟି ଚୌକା ଓ ୨ଟି ଚକା ସହ ୭୩ ରନ୍ କରିଥିଲେ। ନ୍ୟୁଜିଲାଣ୍ଡ ତରଫରୁ ଲକି ଫର୍ଗୁସନ୍ ୨ଟି ୱିକେଟ୍ ନେଇଥିବା ବେଳେ ସାଣ୍ଟନର୍, ସାଉଦି ଏବଂ ଇଶ୍ ସୋଧି ଗୋଟିଏ ଲେଖାଏଁ ୱିକେଟ୍ ପାଇଥିଲେ ।

Comments are closed.