ବରଗଡ଼ :ବରଗଡ଼ ଜିଲ୍ଲା ବିଜେପୁର ଠାରେ ବିଜୁ ଜନତା ଦଳ ପକ୍ଷରୁ ଜନ ସଂପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଛି। ଆୟୋଜିତ ସଭାରେ ବିଜେଡି ନେତା ଦେବାନନ୍ଦ ଗଡତିଆଙ୍କ ସଭାପତିତ୍ବରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ ଯୋଜନା ଉପରେ ଜନ ସଚେତନତା ବାର୍ତ୍ତା ଦିଆଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ଦ୍ୱିତୀୟ ନିର୍ବାଚନ ମଣ୍ଡଳୀ ଭାବରେ ପରିଚିତ ଏହି ପଦଯାତ୍ରାରେ ଜିଲ୍ଲା ବିଜେଡି ଉପସଭାପତି ଜନାର୍ଦ୍ଦନ ପାଣିଗ୍ରାହୀ ,ସମିତି ସଭ୍ୟ ଜୟ କୃଷ୍ଣ ଡ଼ନସେନା ,ରାଜ୍ୟ ବିଜେଡି ମହିଳା ସମ୍ପାଦିକା ଶକୁନ୍ତଳା ମହାପାତ୍ର,ଜିଲ୍ଲା ବିଜୁ ଯୁବ ଜନତା ଦଳର ସଭାପତି ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ, ସୁନାଧର ସାହୁ, କୀର୍ତ୍ତନ ଦାସ, କଲ୍ୟାଣ ଚାନ୍ଦ,କମଳାକାନ୍ତ ପ୍ରଧାନ,ଗୋପାଳ ମେହେର, ଏନସିସି ଅଧ୍ୟକ୍ଷା ସୀତା ବାରିକ୍,ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗତିକୃଷ୍ଣ ମିଶ୍ର, ନରସିଂହ ପୂଜାରୀ,ସଂଜୀବ ପଣ୍ଡା,ସରପଞ୍ଚ ସବିତା ସାହୁଙ୍କ ସହ ବିଜେଡି କାଉନସିଲର ବୃନ୍ଦ, ବିଭିନ୍ନ ପଂଚାୟତ ସରପଞ୍ଚ, ସମିତି ସଭ୍ୟଙ୍କ ସହ ବହୁ ସଂଖ୍ୟାରେ ମହିଳା,ପୁରୁଣା ବିଜୁ ଅନୁଗାମୀ ପୁରୁଖା କର୍ମୀ ,ଯୁବ କର୍ମୀ ଯୋଗ ଦେଇଥିଲେ। କେଉଁଟିପାଲି ମାର୍କେଟରୁ ଏହି ପଦଯାତ୍ରା ବାହାରି ବିଜେପୁର ଟାଉନ ପରିକ୍ରମା କରିଥିଲା। ଉକ୍ତ କାର୍ଯ୍ୟକ୍ରମ ରେ ହଜାର ହଜାର ମହିଳା ପୁରୁଷ କର୍ମି ଉପସ୍ଥିତ ଥିଲେ।
Comments are closed.