‘ଭାରତ ମାତା କି ଜୟ’ ସ୍ଲୋଗାନ ଦେବାରୁ ଛାତ୍ରକୁ ଦଣ୍ଡ, ସ୍କୁଲ୍ ବିରୋଧରେ ମାମଲା ରୁଜୁ

ଗୁନା: ମଧ୍ୟ ପ୍ରଦେଶର ଗୁନାସ୍ଥିତ ଏକ ସ୍କୁଲରେ ‘ଭାରତ ମାତା କି ଜୟ’ ସ୍ଲୋଗାନ ଦେବାରୁ ଜଣେ ଛାତ୍ରକୁ ଦଣ୍ଡ ଦିଆଯାଇଥିବା ଅଭିଯୋଗ ହୋଇଛି । ଏନେଇ ସମ୍ପୃକ୍ତ ସ୍କୁଲ୍ ବିରୋଧରେ ପୋଲିସ ଏକ ମାମଲା ରୁଜୁ କରିଛି। ନାବାଳକ ଛାତ୍ରର ପିତାମାତା ଦାବି କରିଛନ୍ତି ଯେ ଦେଶଭକ୍ତି ସ୍ଲୋଗାନ ଦେବାରୁ ତାଙ୍କ ପୁଅକୁ ଦୁଇ ପିରିୟଡ୍ ଅବଧି ଯାଏଁ ଆଣ୍ଠେଇ ଦିଆଯାଇଥିଲା । ଛାତ୍ରର ପିତାମାତାଙ୍କ ଅଭିଯୋଗ କ୍ରମେ ପୋଲିସ ଏକ ମାମଲା ରୁଜୁ କରିଛି।

ଏହି ଘଟଣା ସାମ୍ନାକୁ ଆସିବା ପରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଏବଂ କିଛି ଦକ୍ଷିଣପନ୍ଥୀ ସଂଗଠନ ସମ୍ପୃକ୍ତ ସ୍କୁଲ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ମାମଲାରେ ‘ଖ୍ରୀଷ୍ଟ ସିନିୟର ମାଧ୍ୟମିକ ସ୍କୁଲ’ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । ତେବେ ସୋସିଆଲ ମିଡିଆରେ ପ୍ରସାରିତ ଉକ୍ତ ସ୍କୁଲର ଏକ ପତ୍ରରେ ଏପରି ଘଟଣାର ଯେପରି ପୁନରାବୃତ୍ତି ନହୁଏ ତାହା ନିଶ୍ଚିତ କରାଯିବ ବୋଲି କୁହାଯାଇଛି ।

Comments are closed.