ଦିଲ୍ଲୀରେ ପ୍ରଦୂଷଣ ସ୍ତର ବୃଦ୍ଧି, ଆସନ୍ତାକାଲି ଠାରୁ ସ୍କୁଲ୍ ବନ୍ଦ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ସ୍ତର ବୃଦ୍ଧି ପାଉଥିବାରୁ ଆସନ୍ତାକାଲି ଠାରୁ ସବୁ ପ୍ରାଇମେରୀ ସ୍ତରର ସ୍କୁଲ୍ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ସ୍ଥିତିରେ ସୁଧାର ଆସିବା ପର୍ଯ୍ୟନ୍ତ ସବୁ ପ୍ରାଇମେରୀ ସ୍କୁଲ୍ ବନ୍ଦ ରହିବ । ଶୁକ୍ରବାର ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନଙ୍କ ସହ ଏକ ସାମ୍ବାଦିକ ସମ୍ମିଳନୀ କରିବା ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହି ଘୋଷଣା କରିଛନ୍ତି। ରାଜଧାନୀରେ ପୁଣି ଯୁଗ୍ମ-ଅଯୁଗ୍ମ ନିୟମ ଲାଗୁ କରିବାକୁ ମଧ୍ୟ ଦିଲ୍ଲୀ ସରକାର ବିଚାର କରୁଛନ୍ତି ବୋଲି କେଜ୍ରିୱାଲ କହିଛନ୍ତି ।

ଏହା ସହ ପଞ୍ଚମ ଶ୍ରେଣୀର ପିଲାମାନଙ୍କ ପାଇଁ ସମସ୍ତ ଆଉଟଡୋର୍ କାର୍ଯ୍ୟକଳାପ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି |

କେଜ୍ରିୱାଲ କହିଛନ୍ତି ଯେ ଉତ୍ତର ଭାରତକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ କେନ୍ଦ୍ରକୁ ବିଶେଷ ପଦକ୍ଷେପ ନେବାକୁ ପଡ଼ିବ । ଏହା ଆରୋପ-ପ୍ରତ୍ୟାରୋପ ଏବଂ ରାଜନୀତିର ସମୟ ନୁହଁ।

Comments are closed.