ବାପାମାଆଙ୍କ ଆଖି ଆଗରେ ଦୁଇ ପିଲାଙ୍କୁ ଦଳିଦେଲା ହାତୀ

ଝାରସୁଗୁଡା- ହାତୀ ଆକ୍ରମଣରେ ଦୁଇ ପିଲାଙ୍କ ମୃତ୍ୟୁ ଓ ବାପାମାଆ ଗୁରୁତର ଆହତ । ଝାରସୁଗୁଡା ଜିଲ୍ଲା କିର୍ମିରା ବ୍ଳକ ଭଉଁରା ଗ୍ରାମ ନିକଟରେ ଘଟିଛି ଏହି ଦୁର୍ଘଟଣା । ସୂଚନା ଅନୁସାରେ ଏକ ଇଟାଭାଟିରେ ହାତୀ ଆକ୍ରମଣରେରେ ଦୁଇ ଶିଶୁଙ୍କ ମୃତ୍ୟୁ ହୋଇଛି। ଦୁଇ ଶିଶୁଙ୍କୁ ବଞ୍ଚାଇବାକୁ ଯାଇ ସେମାନଙ୍କ ମାଆବାପା ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ଆହତ ମାଆବାପାଙ୍କୁ ଝାରସୁଗୁଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଇଟାଭାଟିରେ ପଲିଥିନ ତଳେ ଶୋଇଥିବା ବେଳେ ହାତୀ ଆକ୍ରମଣ କରିଥିବା କୁହାଯାଉଛି। ବାପାମାଆଙ୍କ ଆଗରେ ଦୁଇ ଛୋଟ ପୁଅଙ୍କୁ ହାତୀ ଦଳିଦେଇ ଥିବା ଘଟଣା ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳାଇ ଦେଇଛି। ଏହି ଶ୍ରମିକ ପରିବାର ଇଟାଭାଟିରେ କାମ କରିବାକୁ ଛତିଶଗଡ଼ରୁ ଗତ ଦୁଇଦିନ ତଳେ ଆସିଥିଲେ।

Comments are closed.