ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପଦେଷ୍ଟା ହେଲେ ପ୍ରଦୀପ ମାଝୀ

ଭୁବନେଶ୍ୱର – ପ୍ରଦୀପ ମାଝୀଙ୍କୁ ମିଳିଛି ନୂଆ ଦାୟିତ୍ୱ । ସ୍ବତନ୍ତ୍ର ଉନ୍ନୟନ ପରିଷଦର ଉପଦେଷ୍ଟା ଭାବେ ଦାୟିତ୍ବ ନେଇଛନ୍ତି ବିଜେଡି ନେତା ପ୍ରଦୀପ ମାଝୀ । ରାଜ୍ୟର ୯ଟି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ସ୍ବତନ୍ତ୍ର ଉନ୍ନୟନ ପରିଷଦ କାର୍ଯ୍ୟ କରୁଛି । ରାଜ୍ୟ ସରକାର ସର୍ବଦା ଆଦିବାସୀ ଓ ଜନଜାତି ଲୋକଙ୍କ ଆର୍ଥିକ ଓ ସାମାଜିକ ବିକାଶକୁ ସର୍ବାଧିକ ଗୁରୁତ୍ବ ଦେଉଥିବା ବେଳେ ପ୍ରଦୀପ ମାଝୀଙ୍କୁ ଗୁରୁ ଦାୟିତ୍ବ ଦେଇଛନ୍ତି ।

Comments are closed.