ଡ଼ିସେମ୍ବରରେ ହେବ ହୀରାକୁଦ ଇକୋ ରିଟ୍ରେଟ..

ସମ୍ବଲପୁର : ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଚଳିତ ୨୦୨୨-୨୩ ବର୍ଷ ପାଇଁ ମଧ୍ୟ ହୀରାକୁଦରେ ଇକୋ ରିଟ୍ରିଟ ଅନୁଷ୍ଠିତ ହେବ | ସେଥିପାଇଁ ଜିଲ୍ଲା ପ୍ରଶାସନ ତରଫରୁ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି | ଜିଲ୍ଲାପାଳ ଅନନ୍ୟା ଦାସଙ୍କ ଅଧ୍ୟକ୍ଷତାରେ ଏହି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି | ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦିଲୀପ କୁମାର ବଳ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ ) ଉମାକାନ୍ତ ରାଜ,, ସଦର ଉପଜିଲ୍ଲାପାଳ ପ୍ରଭାସ ଦଣ୍ଡସେନା, ସିଡଏମ &ପିଏଚଓ ଡ. ପଙ୍କଜ ପଟେଲ, ଡିଜିଏମ,ବିଏସଏନଏଲ ଏଚ. ଏକ୍କା, ହୀରାକୁଦ ବନ୍ୟଜନ୍ତୁ ଡିଭିଜନ ର ଏସିଏଫ ମାଳତିଲତା ହାଁସଦା, ଈ.ଈ ସମ୍ବଲପୁର 2 ର ଅଶୋକ କୁମାର ଲେଙ୍କା, ସମ୍ବଲପୁର ମହାନଗର ନିଗମ ଇ.ଓ ଶୁଭଙ୍କର ମହାନ୍ତି, ଡେପୁଟି କମିଶନର ରୁକମଣ ମେହେର, ଓଏସଡି ପର୍ଯ୍ୟଟନ ବିଭାଗ ର ହେମନ୍ତ କୁମାର ପ୍ରଧାନ,ଡେପୁଟି ଏସପି ଡିଆଇବି ଜେମସ ସମଦ, ଆସିଷ୍ଟାଣ୍ଟ ଫାୟାର ଅଫିସର ଜିତେନ୍ଦ୍ର କୁମାର ବିଶ୍ଵାଳ, ଈ. ଈ ଆରଡବ୍ଲୁଏସଏସ ସୁଚିତ୍ର କୁମାର ମହାନ୍ତି, ଉପ ନିର୍ଦ୍ଦେଶକ ଉଦ୍ୟାନ ବିଭାଗ ଏଚ. ଏସ. ସାହୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଫକୀର ମୋହନ ମାଝୀ , ଇକୋ ରିଟ୍ରେଟ ପ୍ରାଭେଟ ଲିମିଟେଡ଼ ର ଜୟେଶ ପାଟିଲ ସମେତ ଅନ୍ୟ ଲାଇନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ | ସୂଚନା ଯେ,ଇକୋ ରିଟ୍ରେଟ ଆସନ୍ତା ଡ଼ିସେମ୍ବର 1 ତାରିଖରୁ ଫେବୃଆରୀ ଶେଷ ପର୍ଯ୍ୟନ୍ତ ଜମାଦାର ପାଲି ବଲବସପୁର ଠାରେ ଅନୁଷ୍ଠିତ ହେବ | ଏହି ଇକୋ ରିଟ୍ରେଟ ରେ 25 ଟି ତମ୍ବୁ ରହିବ | ସେଥି ମଧ୍ୟରୁ 20 ଟି ବିଳାସପୂର୍ଣ୍ଣ ଏବଂ 5 ଟି ପ୍ରିମିୟମ ରହିଛି | ଏହା ସହ ଅତିଥି ମାନେ ଶୀତତାପ ରେଷ୍ଟରେଣ୍ଟ ଏବଂ ବାର ସୁବିଧା ସହ ବେଡ଼ମିଣ୍ଟନ କୋର୍ଟ, ଭଲି ବଲ, ତୀରନ୍ଦାଜ, ରାଇଫଲ ସୁଟିଂ, ଏଟିଭି ରାଇଡ଼, ୱାଟର ସ୍ପୋର୍ଟ, ଫୋଟ ପଏଣ୍ଟ, ବାର୍ଡ ସିଟିଙ୍ଗ ଟ୍ରି, ସାଂସ୍କୃତିକ କାର୍ଯ୍ୟକ୍ରମ ସହ ପର୍ଯ୍ୟଟକ ମାନେ ଡେବ୍ରିଗଡ଼, ହୀରାକୁଦ ଡେମ, ରୋପୱେ, ଗାନ୍ଧୀ ମିନାର, ନେହେରୁ ମିନାର ଇତ୍ୟାଦି ପର୍ଯ୍ୟଟନ ସ୍ଥଳ ଦେଖିବାକୁ ସୁଯୋଗ ପାଇବେ | ଏହି ଇକୋ ରିଟ୍ରେଟ କିଭଳି ସଫଳତା ର ସହ ଆୟୋଜନ କରାଯିବା ସେଥିପାଇଁ ଜିଲ୍ଲାପାଳ ସମସ୍ତ ଲାଇନ ବିଭାଗକୁ ପ୍ରସ୍ତୁତି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି | ଅନ୍ୟ ଇକୋ ରିଟ୍ରେଟ ମାନଙ୍କ ଠାରୁ କିଭଳି ହୀରାକୁଦ ଇକୋ ରିଟ୍ରେଟ କୁ ଅଧିକ ଆକର୍ଷଣ କରାଯିବା ସହ କେମିତି ଅଧିକରୁ ଅଧିକ ପର୍ଯ୍ୟଟକ ଆକର୍ଷିତ ହେବେ ସେଥିପାଇଁ ସମସ୍ତ ପ୍ରକାର ସେବା ସୁନିଶ୍ଚିତ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶକ ଦେଇଛନ୍ତି | ସୂଚନା ଯେ, ଚଳିତ ବର୍ଷ ଲଗାତର ତୃତୀୟ ଥର ପାଇଁ ଇକୋ ରିଟ୍ରେଟ ପ୍ରକଳ୍ପ ଜିଲ୍ଲାରେ ଆୟୋଜନ କରାଯାଉଛି |

Comments are closed.