ରାଜଧାନୀରେ ରେଭ ପାର୍ଟିରେ ଚଢ଼ାଉ 

ଭୁବନେଶ୍ୱର – ଭୁବନେଶ୍ୱରରେ ରେଭ୍ ପାର୍ଟି । ଚନ୍ଦକାରେ ବିନା ଅନୁମତିରେ ବିଳମ୍ବିତ ରାତି ଯାଏଁ ରେଭ ପାର୍ଟି ଉପରେ ପୋଲିସ ଚଢାଉ କରିଥିଲା । ଚନ୍ଦକା ଥାନା ଅନ୍ତର୍ଗତ ଛତାବର ସ୍ଥିତ ଏକ ରିସର୍ଟରେ ବିଳମ୍ବିତ ରାତି ଯାଏଁ ଚାଲୁଥିଲା ଏହି ପାର୍ଟି। ଏଥିରେ ନିଶାସେବନ ହେଉଥିବା ଖବର ପାଇ ଚଢାଉ କରିଥିଲା ପୋଲିସ। ସ୍ପେଶାଲ ସ୍କ୍ୱାଡ୍ ଏବଂ ଚନ୍ଦକା ଥାନା ପୋଲିସ ଏହି ରେଡ କରି ରିସୋର୍ଟର ମାଲିକ ଶିବ ପ୍ରସାଦ ପଟ୍ଟନାୟକ ଏବଂ କେୟାର ଟେକର ମ୍ୟାନେଜର ରାହୁଲ ମଲ୍ଲିକଙ୍କୁ ଗିରଫ କରିଛନ୍ତି। ସେଠାରୁ ପ୍ରାୟ ୨୦ ଲିଟର କେନ୍ ବିୟର ଏବଂ କିଛି ନିଶା ସେବନ ସାମଗ୍ରୀ ଜବତ କରାଯାଇଛି।

Comments are closed.