ସିଙ୍ଗାପୁରରେ ଦକ୍ଷତା ବିକାଶ ପାଇଁ ତାଲିମ ନେବେ ଓଡ଼ିଆ ଛାତ୍ରଛାତ୍ରୀ, ଉତ୍ସାହିତ କଲେ ମୁଖ୍ୟମନ୍ତ୍ରୀ 

ଭୁବନେଶ୍ୱର – ଦକ୍ଷତା ବିକାଶରେ ଅଧିକ ଦକ୍ଷ ହେବାକୁ ସିଙ୍ଗାପୁରରେ ତାଲିମ ନେବେ ୪୦ ଓଡ଼ିଆ ଛାତ୍ରଛାତ୍ରୀ । ଓଡ଼ିଶା ଦକ୍ଷତା କେନ୍ଦ୍ରର ଏହି ୩୨ ଛାତ୍ର ଓ ୮ ଛାତ୍ରୀ ସିଙ୍ଗାପୁରରେ ତାଲିମ ନେବେ । ଏମାନଙ୍କ ମଧ୍ୟର ୨୦ ଜଣ କୃଷକ ପରିବାରର ପ୍ରତିଭାବାନ ଛାତ୍ରଛାତ୍ରୀ ସାମିଲ ଅଛନ୍ତି । ଛାତ୍ରଛାତ୍ରୀମାନେ ସିଙ୍ଗାପୁର ଅଭିମୁଖେ ଯାତ୍ରା କରିଥିବାବେଳେ ଓଡ଼ିଶା ଛାଡିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ସମ୍ମିଳନୀରେ ଭଲ ପ୍ରଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଉତ୍ସାହିତ କରିଛନ୍ତି ।

ଦୁଇ ସପ୍ତାହ ଯାଏ ସିଙ୍ଗାପୁରରେ ରହି ବିଶ୍ୱସ୍ତରୀୟ ଦକ୍ଷତା ଓ କୌଶଳର ପ୍ରଶିକ୍ଷଣ ନେବେ । ୭ରୁ ୧୮ନଭେମ୍ବର ଯାଏଁ ସିଙ୍ଗାପୁରରେ ହେବ ବିଶ୍ୱ ଦକ୍ଷତା ସମ୍ମିଳନୀ ।

Comments are closed.