ସୂର୍ଯ୍ୟ କୁମାର ଯାଦବଙ୍କ ଆଉ ଏକ ଧୂଆଁଧାର ଇନିଂସ, ଜିମ୍ବାୱେ ଆଗରେ ୧୮୭ ରନର ବିଜୟ ଲକ୍ଷ୍ୟ 

ମେଲବର୍ଣ୍ଣ – ଟି-୨୦ ବିଶ୍ବକପ୍‌ରେ ଗ୍ରୁପ ବି ଶେଷ ମ୍ୟାଚରେ ଭାରତ ଜିମ୍ବାୱେ ଆଗରେ ୧୮୭ ରନର ବିଜୟ ଲକ୍ଷ୍ୟ ରଖିଛି । ଭାରତ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ସୂର୍ଯ୍ୟ କୁମାର ଯାଦବଙ୍କ ଅପରାଜିତ ୬୧ ଓ କେ .ଏଲ ରାହୁଲଙ୍କ ୫୧ ରନ ବଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍‌ ହରାଇ ୧୮୬ ରନ୍‌ କରିଥିଲା । କେଏଲ୍‌ ରାହୁଲ ଓ ରୋହିତ ଶର୍ମା ପ୍ରଥମ ୱିକେଟ୍‌ ପାଇଁ ୨୭ ରନ୍‌ ଯୋଡ଼ିଥିଲେ। ‌ରୋହିତ ଶର୍ମା ୧୩ଟି ବଲ୍‌ ଖେଳି ୧୫ ରନ୍‌ ସଂଗ୍ରହ କରିଥିଲେ। କେଏଲ୍‌ ରାହୁଲ ଓ ବିରାଟ କୋହଲି ୨ୟ ୱିକେଟ୍‌ ପାଇଁ ୬୦ ରନ୍‌ ସଂଗ୍ରହ କରିଥିଲେ। କୋହଲି ବ୍ୟକ୍ତିଗତ ଭାବେ ୨୫ଟି ବଲ୍‌ ଖେଳି ୨୬ ରନ୍‌ କରିଥିଲେ। ତେବେ ଭାରତର ‌ସ୍କୋରରେ ‌ଓପନର ଉଭୟ ବ୍ୟାଟର ୧୧୨ ରନ୍‌ ସଂଗ୍ରହ କରିଥିଲେ। ରାହୁଲ ୩୫ଟି ବଲ୍‌ ଖେଳି ୫୧ ରନ୍‌ ସଂଗ୍ରହ କରିଥିଲେ। ସୂର୍ଯ୍ୟକୁମାର ୨୫ଟି ବଲ୍‌ ଖେଳି ୬ଟି ଚୌକା ଓ ୪ଟି ଛକା ସହାୟତାରେ ଅପରାଜିତ ରହି ୬୧ ରନ୍‌ ‌କରିଥିଲେ। ରିଷଭ ପନ୍ତ ୩ ରନ୍‌ ଓ ହାର୍ଦ୍ଦିକ ପାଣ୍ଡ୍ୟା ୧୮ ରନ୍‌ କରିଥିଲେ। ପୂର୍ବରୁ ସେମିଫାଇନାଲରେ ପ୍ରବେଶ କରିସାରିଥିବା ଭାରତ ଏହି ମ୍ୟାଚ ଜିତିଲେ ଗ୍ରୁପ ବି ଟପ୍ପର ହେବ ।

Comments are closed.