ପ୍ରୋ ଲିଗ୍ ହକି : ସୁଟ୍‌ ଆଉଟରେ ସ୍ପେନକୁ ୩-୧ରେ ପରାସ୍ତ କଲା ଭାରତ

ଭୁବନେଶ୍ବର -ଏଫ୍‌ଆଇଏଚ୍‌ ପ୍ରୋ ଲିଗ ହକିରେ ଭାରତ ସ୍ପେନ ବିପକ୍ଷରେ ରୋମାଞ୍ଚକର ବିଜୟ ହାସଲ କରିଛି। ସୁଟ ଆଉଟରେ ସ୍ପେନକୁ ୩-୧ରେ ପରାସ୍ତ କରିଛି ଭାରତ। ନିର୍ଦ୍ଧାରିତ ସମୟର ଖେଳ ୨-୨ ଗୋଲରେ ବରାବର ରହିଥିଲେ। ଫଳରେ ମ୍ୟାଚ ସୁଟ ଆଉଟକୁ ଯାଇଥିଲା। ସୁଟଆଉଟରେ ଭାରତ ୩-୧ରେ ବିଜୟୀ ହୋଇଥିଲା । ଆଜିର ମ୍ୟାଚରେ ଆରମ୍ଭରୁ ଭାରତ ଆକ୍ରମଣାତ୍ମକ ଖେଳି ଆଗୁଆ ରହିଥିଲା ।ହେଲେ ସ୍ପେନ ସଫଳ ପ୍ରତ୍ୟାବର୍ତ୍ତନକରି ମ୍ୟାଚକୁ ବରାବର ସ୍ଥିତିକୁ ଆଣିଥିଲା। ଆଜିର ମ୍ୟାଚ ବିଜୟ ସହ ଏଫ୍‌ଆଇଏଚ୍‌ ପ୍ରୋ ଲିଗ ଗ୍ରୁପ ଟପରେ ରହିଛି ଭାରତ। ବିଶ୍ୱକପ ପୂର୍ବରୁ ନିଜ ଘରୋଇ ମାଟିରେ ସ୍ପେନକୁ ହରାଇବା ସହ ଆଗାମୀ ବିଶ୍ୱକପ ପାଇଁ ଭାରତୀୟ ଖେଳାଳିଙ୍କ ମନୋବଳ ଦୃଢ଼ ହୋଇଛି।

Comments are closed.