ଗଛରେ ପିଟିହେଲା ବୋଲେରୋ, ଗୋଟିଏ ପରିବାରର ୬ ସଦସ୍ୟ ଗୁରୁତର

ନୂଆପଡ଼ା: ଗଛରେ ପିଟିହେଲା ବୋଲେରୋ। ଗୋଟିଏ ପରିବାରର ୬ ସଦସ୍ୟ ଗୁରୁତର। ନୂଆପଡ଼ା ଜିଲ୍ଲା ଲଖନା ଥାନା କୁରୁମପୁରୀ ଠାରେ ସୋମବାର ସକାଳ ୯ଟାରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି।

ସୂଚନାନୁଯାୟୀ, ରବିବାର ରାତିରେ ଲଖନା ଥାନା ବୁର୍କାଢୋଡ଼ା ଗାଁର ଗୋଟିଏ ପରିବାରର ୬ ସଦସ୍ୟ ବୋଲେରୋ ଯୋଗେ ଭାଲୁକୋନା ଗାଁକୁ କାର୍ତ୍ତିକ ପୂଜା ଦେଖିବାକୁ ଯାଇଥିଲେ। ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖି ଆଜି ସକାଳେ ଗାଁକୁ ଫେରୁଥିଲେ। ସକାଳ ୯ ଟାରେ କୁରୁମପୁରୀ ଗାଁ ମଧ୍ୟସ୍ଥ ପ୍ରାଥମିକ ସ୍କୁଲ ସମ୍ମୁଖରେ ବୋଲେରୋଟି ଏକ ଗଛରେ ପିଟି ହୋଇଥିଲା। ଫଳରେ ବୋଲେରୋରେ ଥିବା ୩ ଜଣ ନାବାଳକଙ୍କ ସମେତ ୬ ଜଣ ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଦୁର୍ଘଟଣା ଘଟିଥିବା ଗାଡ଼ିକୁ ପୁଲିସ ଜବତ କରିଛି ।

Comments are closed.