ଡିସେମ୍ବର ୨୩ରେ କୋଚିରେ ଆଇପିଏଲ୍ ନିଲାମ

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ର ଆଗାମୀ ସିଜନ୍ ପାଇଁ ଖେଳାଳିଙ୍କ ନିଲାମ ଡିସେମ୍ବର ୨୩ରେ କୋଚିରେ ଅନୁଷ୍ଠିତ ହେବ। ବିସିସିଆଇର ଜଣେ ଅଧିକାରୀ ବୁଧବାର ଏହି ସୂଚନା ଦେଇଛନ୍ତି।

ତୁର୍କୀ ସହର ଇସ୍ତାନବୁଲ, ବେଙ୍ଗାଲୁରୁ, ନୂଆଦିଲ୍ଲୀ, ମୁମ୍ବାଇ ଏବଂ ହାଇଦ୍ରାବାଦ ମଧ୍ୟ ନିଲାମ ଆୟୋଜନ କରିବାକୁ ଦୌଡ଼ରେ ଥିଲେ । କିନ୍ତୁ ଉପକୂଳବର୍ତ୍ତୀ ସହର କୋଚିକୁ ବାଛିଛି ବିସିସିଆଇ ।

ବିସିସିଆଇର ଜଣେ ଅଧିକାରୀ କହିଛନ୍ତି ଯେ ଲଜିଷ୍ଟିକ୍ ଆବଶ୍ୟକତା ଏବଂ ତାରିଖକୁ ବିଚାର କରି କୋଚି ଆଇପିଏଲ୍ ନିଲାମ ପାଇଁ ହେଉଛି ସବୁଠାରୁ ଉପଯୁକ୍ତ ବିକଳ୍ପ।

ଗତବର୍ଷ ଦୁଇ ନୂଆ ଦଳ ସାମିଲ ହେବା ପରେ ମେଗା ନିଲାମ ହୋଇଥିଲା । କିନ୍ତୁ ଆଗାମୀ ସିଜନ୍ ପାଇଁ ଅଳ୍ପ ସଂଖ୍ୟକ ଖେଳାଳିଙ୍କ ନିଲାମ ହେବ | ୧୦ଟି ଆଇପିଏଲ୍ ଫ୍ରାଞ୍ଚାଇଜ୍ ଦଳକୁ ନଭେମ୍ବର ୧୫ ସୁଦ୍ଧା ସେମାନଙ୍କ ଦ୍ବାରା ବଜାୟ ରଖାଯିବାକୁ ଥିବା ଖେଳାଳିଙ୍କ ତାଲିକା ଦାଖଲ କରିବାକୁ କୁହାଯାଇଛି।

ଏହା ସହିତ ୨୦୨୩ ସିଜନ ପାଇଁ ଖେଳାଳିଙ୍କ ଉପରେ ଖର୍ଚ୍ଚ ପରିମାଣ ୯୦ ରୁ ୯୫ କୋଟି ଟଙ୍କାକୁ ବୃଦ୍ଧି କରାଯିବା ସମ୍ଭାବନା ରହିଛି |

Comments are closed.