ଆସନ୍ତାକାଲି ପାଳନ ହେବ ପ୍ରଥମ ‘ମାଣ୍ଡିଆ ଦିବସ’

ଭୁବନେଶ୍ୱର- ଆସନ୍ତାକାଲି ସାରା ରାଜ୍ୟରେ ପାଳନ ହେବ ପ୍ରଥମ ‘ମାଣ୍ଡିଆ ଦିବସ’ । ମାଣ୍ଡିଆ ଚାଷକୁ ପ୍ରୋତ୍ସାହନ ଉଦ୍ଦେଶ୍ୟରେ ମାର୍ଗଶୀର ମାସ ପ୍ରଥମ ଗୁରୁବାରକୁ ରାଜ୍ୟରେ ମାଣ୍ଡିଆ ଦିବସ ଭାବେ ପାଳନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ଘୋଷଣା କରିଥିଲେ ।

ସୂଚନାଯୋଗ୍ୟ ଯେ,୨୦୧୭-୧୮ଆର୍ଥିକ ବର୍ଷରେ ରାଜ୍ୟ ସରକାର ମିଲେଟ୍ ମିଶନ ଆରମ୍ଭ କରିଥିଲେ । ପ୍ରଥମେ ୭ଟି ଜିଲ୍ଲାର ୩୦ ବ୍ଲକରେ ମିଲେଟ୍ ମିଶନ କାର୍ଯ୍ୟକାରୀ ହୋଇଥିଲା । ଏବେ ରାଜ୍ୟର ୧୯ଟି ଜିଲ୍ଲାର ୧୪୨ ବ୍ଲକରେ ଏହା କାର୍ଯ୍ୟକାରୀ ହେଉଛି ।

କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗର ମୁଖ୍ୟ ସଚିବ ଅରବିନ୍ଦ ପାଢ଼ୀ ସମସ୍ତଙ୍କୁ ମାଣ୍ଡିଆକୁ ପ୍ରୋତ୍ସାହିତ କରିବା ପାଇଁ ଅନୁରୋଧ କରିଛନ୍ତି l ଗତ କିଛି ବର୍ଷ ହେବ ଓଡ଼ିଶାରେ ମାଣ୍ଡିଆ ଚାଷ ଏବଂ ବ୍ୟବହାରକୁ ପ୍ରୋତ୍ସାହିତ କରିଆସୁଛି । ଏହା ପ୍ରୋଟିନ୍, ଡାଏଟାରୀ ଫାଇବର, ଅନେକ ଭିଟାମିନର ଏକ ସମୃଦ୍ଧ ଉତ୍ସ ।

ଓଡିଶା ସରକାର ୧୯ ଟି ଜିଲ୍ଲାର ୧୪୨ ଟି ବ୍ଲକରେ ମାଣ୍ଡିଆ ଚାଷକୁ ପ୍ରୋତ୍ସାହିତ କରୁଛନ୍ତି। ଏହାସହ ରାଜ୍ୟରେ ଏହି ଚାଷକୁ ପାଇଁ ଓଡିଶା ମିଲେଟ ମିଶନ ଅଧୀନରେ ଚଳିତ ବର୍ଷ ୩୬୨ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଆଇସିଡିଏସ କାର୍ଯ୍ୟକ୍ରମରେ ମାଣ୍ଡିଆ ଲଡୁକୁ ପରିଚିତ କରାଇଥିବା ଓଡିଶା ମଧ୍ୟ ଦେଶର ପ୍ରଥମ ରାଜ୍ୟ । ମିଳିତ ଜାତିସଂଘ ୨୦୨୩ କୁ ଆନ୍ତର୍ଜାତୀୟ ମିଲେଟ୍ ବର୍ଷ ଭାବରେ ଘୋଷଣା କରିଛି ଏବଂ ଭାରତ ସରକାର ମଧ୍ୟ ବର୍ଷସାରା କାର୍ଯ୍ୟକ୍ରମ ଆୟୋଜନ କରି ଏହାକୁ ବଡ ଢଙ୍ଗରେ ପାଳନ କରିବାକୁ ଯୋଜନା କରୁଛନ୍ତି ।

Comments are closed.