କ୍ୟାବିନେଟରେ ଓଡ଼ିଶା ବନ୍ଦର ନୀତି-୨୦୨୨କୁ ମଞ୍ଜୁରୀ

ଭୁବନେଶ୍ୱର- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଓଡିଶା ବନ୍ଦର ନୀତି – ୨୦୨୨କୁ କ୍ୟାବିନେଟର ମଂଜୁରୀ ମିଳିଛି। ଏହି ନୀତିରେ ସାମୁଦ୍ରିକ ସଂରଚନାର ସର୍ବାଙ୍ଗିନ ବିକାଶ ଉପରେ ଗୁରୁତ୍ୱ ଦିଆଯିବ। ଅନ୍ତର୍ଦେଶୀୟ ଜଳପଥ ଏବଂ କ୍ଷୁଦ୍ର ବନ୍ଦରର ବିକାଶକୁ ଗୁରୁତ୍ୱ ମଧ୍ୟ ଦିଆଯିବ ।
କଟକ ଜିଲ୍ଲାରେ ହାଡୁଆ ନଦୀରେ ଜଳ ଭଣ୍ଡାର ନିର୍ମାଣକୁ କ୍ୟାବିନେଟ୍ ମଂଜୁରୀ ମିଳିଛି।

୩୮୭ ମିଟର ଲମ୍ବ ଓ ୪୩.୮୨୫ ମିଟର ଉଚ୍ଚର କଂକ୍ରିଟ ବନ୍ଧ ନିର୍ମାଣ କରାଯିବ । ଏଥିପାଇଁ ଖର୍ଚ୍ଚ ହେବ ୨୨୫ କୋଟି ଟଙ୍କା।
ନରସିଂହପୁର, ବଡ଼ମ୍ବା, ତିଗିରିଆ ବ୍ଲକର ଚାଷ ଜମିକୁ ପ୍ରସ୍ତାବିତ ଜଳଭଣ୍ଡାର ଦ୍ୱାରା ପାଣି ମିଳିବ ।

Comments are closed.