ନିର୍ବାଚନ ପ୍ରଚାର ବେଳେ କାନ୍ଦିଲେ ବର୍ଷା, କହିଲେ ମୋ ନାଁରେ ଅପପ୍ରଚାର ହେଉଛି ‘ଏମାଟି ମୋର ମୁଁ କୁଆଡେ ଯିବିନି’

ବରଗଡ : ପଦ୍ମପୁର ଉପନିର୍ବାଚନ ପାଇଁ ଆରମ୍ଭ ହୋଇଯାଇଛି ପ୍ରଚାର । ଏହି କ୍ରମରେ ପଦ୍ମପୁର ନିର୍ବାଚନ ମଣ୍ଡଳୀରୁ ବିଜୁ ଜନତା ଦଳର ପ୍ରାର୍ଥୀ ବର୍ଷା ରାଣୀ ସିଂ ବରିହା ମଧ୍ଯ ନିଜ ପାଇଁ ପ୍ରଚାର ଆରମ୍ଭ କରିଛନ୍ତି ।

ସେହିଭଳି ଆଜି ବର୍ଷା ପବିତ୍ର ପୁଣ୍ୟପୀଠ ଦେବଦହାଁକୁ ଯାଇ ବାବାଙ୍କୁ ଦର୍ଶନ କରି ପାଇକମାଲ ବ୍ଲକର ଲଖମରା , ଚରଦାପାଲି ଓ ସାରେଇକେଲ ପଞ୍ଚାୟତର ବିଭିନ୍ନ ଗାଁ କୁ ଯାଇ ପ୍ରଚାର ଜରିଥିଲେ । ସାରେଇକେଲ ଗ୍ରାମପଞ୍ଚାୟତର ବୈତାଲଭଟା ଗ୍ରାମରେ ବର୍ଷ ଷ୍ଟେଜ ଉପରେ ଅତି ଭାବୁକ ହୋଇ କାନ୍ଦି ପକାଇଥିଲେ । ବିରୋଧୀ ମାନେ ପଦ୍ମପୁରର ବିକାଶକୁ ମୁଦା ନ କରି ତାଙ୍କୁ ବ୍ୟକ୍ତିଗତ ଭାବରେ ଟାର୍ଗେଟ କରୁଥିବାରୁ ଓ ସେ ଅନ୍ୟ ଆଡେ ପଳେଇ ଯିବେ ବୋଲି ପ୍ରଚାର କରୁଥିବାରୁ ସେ ଅତ୍ୟନ୍ତ ମର୍ମାହତ ହୋଇ ନିଜର କୋହ ସମ୍ଭାଳି ପାରି ନଥିଲେ । ପୂର୍ବରୁ ମଧ୍ୟ ବର୍ଷା କହିଥିଲେ ଯେ ସେ କୁଆଡେ ଯିବେ ନାହିଁ । ଏହି ନିଜ ଜନ୍ମମାଟି ପଦ୍ମପୁରରେ ରହି ଲୋକଙ୍କ ସେବା କରିବେ ବୋଲି । ଆଜି ପୁଣିଥରେ ସେ କାନ୍ଦି କାନ୍ଦି ଲୋକଙ୍କୁ ଏ କଥା କହିଛନ୍ତି । ବର୍ଷା ଙ୍କର କାନ୍ଦ ଉପସ୍ଥିତ ସମସ୍ତଙ୍କର ଜନସାଧାରଣ ଆଖିରେ ଲୁହ ଭରିଦେଇଥିଲା । ବର୍ଷାଙ୍କର ଭାବାବେଗ ପୂର୍ଣ ହୃଦୟକୁ ବେଶ ନିବେଦନ ଲୋକଙ୍କ ଆନ୍ଦୋଳିତ କରିଥିବା ଦେଖୁବାକୁ ମିଳିଛି ।

Comments are closed.