ଭୁବନେଶ୍ବର – ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଚାର ବେଳେ ମହିଳାଙ୍କ ବିରୋଧରେ ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ଅଶାଳୀନ ମନ୍ତବ୍ୟକୁ ନେଇ କଡ଼ା ଆପତ୍ତି ପ୍ରକାଶ କରିଛି ବିଜେଡି । ଜୟନାରାୟଣଙ୍କୁ ପଦ୍ମପୁର ପ୍ରଚାରରୁ ବାଦ ଦେବାକୁ ଦାବି କରିଛି ବିଜେଡି । ଏନେଇ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଫେରାଦ ହୋଇଛି ବିଜେଡି ଟିମ ।
ଗତକାଲି ପଦ୍ମପୁର ଉପନିର୍ବାଚନ ରାଲିରେ ଜୟନାରାୟଣ ମହିଳାଙ୍କୁ ନେଇ ଅଶାଳୀନ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି । ଏହାର ପ୍ରମାଣ ବିଜେଡି ସିଇଓଙ୍କ ନିକଟରେ ଦାଖଲ କରିଛି । ଜୟନାରାୟଣ ଅଭ୍ୟାସଗତ ଭାବେ ଏଭଳି ଅଶାଳୀନ ମନ୍ତବ୍ୟ ଦିଅନ୍ତି । ଏଥିସହ ଅପରାଧିକ କାର୍ଯ୍ଯକଳାପରେ ମଧ୍ୟ ସେ ସଂପୃକ୍ତ । ବିଜେପୁର ଉପନିର୍ବାଚନ ବେଳେ ହତ୍ୟା ମାମଲାରେ ଜୟନାରାୟଣ ଗିରଫ ହୋଇ ଜେଲ୍ ଯାଇଥିଲେ । ଏବେ ସେ ବେଲରେ ଅଛନ୍ତି । ତେଣୁ ତାଙ୍କୁ ପଦମପୁର ଉପନିର୍ବାଚନରେ ପ୍ରଚାରରୁ ବାଦ୍ ଦେବାକୁ ବିଜେଡି ଦାବି କରିଛି । ଏହାସହ ରାଜ୍ୟ ମହିଳା କମିଶନଙ୍କ ନିକଟରେ ମଧ୍ୟ ଫେରାଦ ହୋଇଛନ୍ତି ବିଜେଡି ଟିମ୍ ।
Comments are closed.