ସାମ୍ବାଦିକଙ୍କୁ ଆକ୍ରମଣର ନିନ୍ଦା କଲା ୱାୟୁଜେ

ବୌଦ୍ଧ: ଗତ ପଦ୍ମପୁର ଠାରେ ଅନୁଷ୍ଠିତ ହେଉଥିବା ଉପନିର୍ବାଚନରେ ଖବର ସଂଗ୍ରହ କରିଯାଇଥିବା ଟିଭି ସାମ୍ବାଦିକ ଦେବହରି ବେହେରାଙ୍କୁ ସ୍ଥାନୀୟ ପୋଲିସଙ୍କ ଉପସ୍ଥିତିରେ ଆକ୍ରମଣ ଏବଂ ହତ୍ୟା ଧମକ, ଦେଇଥିବା ଜୈନିକ ବିଜେପି ନେତାଙ୍କ ଦ୍ୱାରା ସଂଘଠିତ ହୋଇଥିବା ଘଟଣାକୁ ବୌଦ୍ଧ ଜିଲ୍ଲା ୟୁନିଅନ ଅଫ ଜୋର୍ଣ୍ଣାଲିଷ୍ଟ ଘୋର ନିନ୍ଦାକରିବା ସହିତ ସମ୍ପୃକ୍ତ ଆକ୍ରମଣକାରୀକୁ ଗିରଫ ଦାବି କରିଛି ।

ଏହି ମର୍ମରେ ଡାଇରେକ୍ଟର ଜେନେରାଲ ଅଫ ପୋଲିସଙ୍କ ଉଦେଶ୍ୟରେ ବୌଦ୍ଧ ଜିଲ୍ଲାର ଆରକ୍ଷୀ ଅଧୀକ୍ଷକ ପ୍ରହଲ୍ଲାଦ ସହାୟ ମିନାଙ୍କ ଜରିଆରେ ବୌଦ୍ଧ ୟୁନିଅନ ଅଫ ଜୋର୍ଣ୍ଣାଲିଷ୍ଟର ସଭାପତି ନରେନ୍ଦ୍ର କୁମାର ସାହୁଙ୍କ ନେତୃତ୍ୱରେ ସାଧାରଣ ସମ୍ପାଦକ ଦୁର୍ୟୋଧନ ବିଶି, ଉପ ସଭାପତି ସଂଜୀବ କୁମାର ମହାକୁଳ, ବୌଦ୍ଧ ୟୁନିଅନ ଅଫ ଜୋର୍ଣ୍ଣାଲିଷ୍ଟର ପରାମର୍ଶ ଦାତ୍ତା ସତ୍ୟଜିତ କୁମାର ପଣ୍ଡା ଏବଂ ଷ୍ଟେଟ ୟୁନିଅନ ଅଫ ଜୋର୍ଣ୍ଣାଲିଷ୍ଟର ଉପ ସଭାପତିଙ୍କ ସମେତ ବୌଦ୍ଧ ଜିଲ୍ଲା ଶାଖାର ଅନେକ ସାମ୍ବାଦିକ ବନ୍ଧୁଙ୍କ ଉପସ୍ଥିତିରେ ଆକ୍ରମଣ କାରୀଙ୍କୁ ତୁରନ୍ତ ଗିରଫ ଏବଂ ଉପସ୍ଥିତ ଥାଇ ନୀରବଦ୍ରଷ୍ଟା ସାଜିଥିବା ପୋଲିସ ବିଭାଗର ବିଭାଗୀୟ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି ।

Comments are closed.