ପଦ୍ମପୁର ଉପନିର୍ବାଚନ : ଭୋଟ ଗ୍ରହଣ ପାଇଁ ପ୍ରସ୍ତୁତି ଶେଷ, ୧୨୦ ବୁଥରେ ହେବ ୱେବକାଷ୍ଟିଂ

ଭୁବନେଶ୍ୱର – ପଦ୍ମପୁର ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ପ୍ରସ୍ତୁତି ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ। ସେ କହିଛନ୍ତି ଯେ, ମତଦାନ ପାଇଁ ୧୫ଟି ମଡେଲ୍‌ ଏବଂ ୬ଟି ପିଙ୍କ୍‌ ବୁଥ୍‌ ବ୍ୟବସ୍ଥା ହୋଇଛି । ଭୋଟ ଗ୍ରହଣ ପାଇଁ

୧ ହଜାର ୨୭୬ ପୋଲିଂ ଅଫିସର ନିଯୁକ୍ତ ହୋଇଛନ୍ତି । ୩୦୬ ବୁଥ୍‌ର ନାମ ପରିବର୍ତ୍ତନ ହୋଇଛି । ୧୨୦ ବୁଥ୍‌ରେ ୱେବକାଷ୍ଟିଂ ବ୍ୟବସ୍ଥା କରାଯାଇଥିବା ବେଳେ ୬୬ଟି ବୁଥ୍‌ରେ ସିସିଟିଭି ଲାଗିବ । ଭୋଟ ପାଇଁ ମଦ ବିକ୍ରି ଉପରେ କଟକଣା ଲଗାଯାଇଛି। ଭୋଟ ଦିନ ପଦ୍ମପୁରରେ ଛୁଟି ଘୋଷଣା କରାଯାଇଛି ।

Comments are closed.