ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ ଆଜି ରିମାଣ୍ଡରେ ନେଇପାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ 

ଭୁବନେଶ୍ୱର – ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଆଜି ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ହାଜର ହେବେ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅର୍ଚ୍ଚନାଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରିବା ପାଇଁ ଯୋଜନା ପ୍ରସ୍ତୁତ କରିଛି। ଅର୍ଚ୍ଚନା ନାଗ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ୧୫ ଜଣଙ୍କୁ ହାଜର ହେବା ପାଇଁ ସମନ କରିସାରିଲେଣି । ଏବେ ସୁଦ୍ଧା ୯ ଜଣଙ୍କୁ ଜେରା କରିସାରିଛି ଇଡି । ଏମାନଙ୍କ ଓ ବୟାନକୁ ଆଧାର କରି ଇଡି ମାମଲାର ତଦନ୍ତକୁ ଆହୁରି ଜୋରଦାର କରିବ ଏଜେନସୀ ।

୫ ବର୍ଷ ଭିତରେ ଅର୍ଚ୍ଚନା ନାଗ କେମିତି କୋଟିପତି ହେଲେ, କେଉଁ ମାନଙ୍କୁ ସେ ବ୍ଲାକମେଲ କରିଛନ୍ତି – ଏମିତି ଅନେକ ପ୍ରଶ୍ନର ଲମ୍ବା ତାଲିକା ପ୍ରସ୍ତୁତ କରିଛି ଇଡି। ଏଣେ ଇଡିକୁ ଏହି ମାମଲା ସଂପର୍କରେ ସମସ୍ତ ତଥ୍ୟ ଯୋଗାଇଛି କମିଶନରେଟ୍ ପୁଲିସ। ସିଜର ପ୍ରପଟି ମେମୋ, ବ୍ୟାଙ୍କ ଜମା, ଜମିବାଡ଼ି ଏବଂ ଗାଡ଼ି ତଥ୍ୟ ଦିଆଯାଇଛି। ଇ-ମେଲ୍ ଯୋଗେ ଏହି ସବୁ ତଥ୍ୟ ଇଡିକୁ ପଠାଯାଇଥିବା କମିଶନରେଟ୍ ପୋଲିସ ସୂଚନା ଦେଇଛି।

ଏହି ମାମଲାରେ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା, ପ୍ରମୋଦ ସ୍ୱାଇଁ, ଅର୍ଚ୍ଚନା ନାଗଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରା, ବ୍ୟବସାୟୀ ଅମିୟକାନ୍ତ ଦାଶ,ଜମି ବ୍ୟବସାୟୀ ପ୍ରଭାତ ରଂଜନ ପତି ଓ ଅର୍ଚ୍ଚନାଙ୍କ ଡ୍ରାଇଭର ଚନ୍ଦନ ସମେତ ୯ଜଣଙ୍କୁ ଇଡି ଜେରା କରିସାରିଲାଣି।

Comments are closed.