ସୁଖବିନ୍ଦର ସିଂହ ସୁଖୁ ହୋଇପାରନ୍ତି ହିମାଚଳ ପ୍ରଦେଶର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ

ଶିମଲା: ସୁଖବିନ୍ଦର ସିଂହ ସୁଖୁ ହିମାଚଳ ପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି। ଦଳୀୟ ସୂତ୍ରରୁ ପ୍ରକାଶ ଯେ କଂଗ୍ରେସ ହାଇକମାଣ୍ଡ ତାଙ୍କ ନାମରେ ମୋହର ମାରିଛନ୍ତି । ମୁଖ୍ୟମନ୍ତ୍ରୀ ଚୟନ ନେଇ ହିମାଚଳ ପ୍ରଭାରୀ ଥିବା ରାଜୀବ ଶୁକ୍ଲା ଦଳୀୟ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ସହ ଆଲୋଚନା କରିଥିଲେ । ଏହାପରେ ଖଡଗେ ଗାନ୍ଧୀ ପରିବାର ସହ ପରାମର୍ଶ କରି ସୁଖୁଙ୍କ ନାମକୁ ଅନୁମୋଦନ କରିଥିଲେ। ଅନ୍ୟ ଦଳର ନେତାଙ୍କ ସହ ଆଲୋଚନା କରିବା ପରେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଆଜି ସନ୍ଧ୍ୟା ସୁଦ୍ଧା ସୁଖୁଙ୍କ ନାମ ଔପଚାରିକ ଭାବେ ଘୋଷଣା କରାଯିବ ବୋଲି କୁହାଯାଇଛି।

ହିମାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବୀରଭଦ୍ର ସିଂହଙ୍କ ପୁଅ ଆଦିତ୍ୟ ସିଂଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବା ସମ୍ଭାବନା ରହିଛି ।

ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଦୌଡ଼ରେ ପ୍ରତିଭା ସିଂହ ମଧ୍ୟ ଥିଲେ । ଗତକାଲି ଅନୁଷ୍ଠିତ ବିଧାୟକ ଦଳ ବୈଠକରେ କିଏ ମୁଖ୍ୟମନ୍ତ୍ରୀ ହେବେ ସେନେଇ କୌଣସି ନିଷ୍ପତ୍ତି ହୋଇପାରିନଥିଲା । ହାଇକମାଣ୍ଡଙ୍କ ଉପରେ ଏହି ନିଷ୍ପତ୍ତି ଛଡା ଯାଇଥିଲା ।

Comments are closed.