ମହାନଦୀରେ ସନ୍ତରଣ ଟ୍ରେନିଂ ବେଳେ ବୁଡ଼ିଗଲେ ନାବାଳକ

କଟକ – ସନ୍ତରଣ ଟ୍ରେନିଂ ବେଳେ ମହାନଦୀ ଯୋବ୍ରା ବ୍ୟାରେଜରେ ବୁଡିଗଲେ ଜଣେ ୧୬ ବର୍ଷୀୟ କିଶୋରଙ୍କ ମୃତ୍ୟୁ ହୋଇଛି । ତାଙ୍କ ନାଁ ସୋହେଲ ଖାନ୍ ବୋଲି ସୂଚନା ମିଳିଛି। ତାଙ୍କ ଘର କଟକର ପୀର୍ ବଜାର ଅଞ୍ଚଳରେ ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ, ଯୋବ୍ରା ବ୍ୟାରେଜ୍ ନିକଟରେ ସକାଳୁ ୬୦ରୁ ଅଧିକ ପିଲାଙ୍କୁ ନେଇ ଟ୍ରେନିଂ କ୍ୟାମ୍ପ ଚାଲିଥିଲା । ସନ୍ତରଣ ଶିଖୁଥିବା ବେଳେ ସୋହେଲ ମହାନଦୀର ଗଭୀର ଜଳସ୍ରୋତରେ ଭାସି ନିଖୋଜ ହୋଇଯାଇଥିଲେ। ଘଟଣାସ୍ଥଳରେ ଉପସ୍ଥିତ ଥିବା ସ୍ଥାନୀୟ ମତ୍ସ୍ୟଜୀବୀମାନେ ପ୍ରଥମେ ଦେଶୀ ଡଙ୍ଗା ସହାୟତାରେ ତାଙ୍କୁ ଖୋଜିବାକୁ ଆରମ୍ଭ କରିଥିଲେ । ପରେ ଏ ସମ୍ପର୍କରେ ଅଗ୍ନିଶମ ବାହିନୀ ଓ ପୋଲିସକୁ ସୂଚନା ଦିଆଯାଇଥିଲା । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ଜଗତପୁର ପୋଲିସ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ତେବେ ବହୁ ଖୋଜାଖୋଜି ପରେ ସୋହେଲଙ୍କ ମୃତଦେହ ଠାବ କରିଥିଲେ ଅଗ୍ନିଶମ ବାହିନୀ ।

Comments are closed.