ରାଜ୍ୟରେ ଘନ କୁହୁଡିର ଆସ୍ତରଣ, ଯାତାୟତ ବାଧାପ୍ରାପ୍ତ

ଭୁବନେଶ୍ୱର- ଆଜି ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡି ଦେଖିବାକୁ ମିଳିଛି । ଏଥିଯୋଗୁଁ ଦୃଶ୍ୟମାନ ଦୂରତା ୫ଶହ ମିଟରରୁ କମ୍ ଥିବାରୁ ଯାତାୟତରେ ଅସୁବିଧା ସୃଷ୍ଟି ହୋଇଛି । ଗାଡିରେ ଲାଇଟ୍ ଲଗାଇ ଲୋକେ ଯାଆସ କରୁଥିବା ଦେଖାଯାଇଥିଲା । ରାଜଧାନୀ ଭୁବନେଶ୍ୱର ଓ କଟକ ସମେତ ଆଖପାଖ ଅଞ୍ଚଳରେ ପ୍ରବଳ କୁହୁଡି ଦୃଶ୍ୟମାନ ହୋଇଛି । ଘନ କୁହୁଡି ଯୋଗୁଁ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ୪ଟି ବିମାନ ବିଳମ୍ବରେ ଚାଲିବ । ଘନ କୁହୁଡି କାରଣରୁ ଯାତାୟାତ ଏକପ୍ରକାର ବାଧାପ୍ରାପ୍ତ ହୋଇଛି । ରାସ୍ତା ନଦେଖାଯାଉଥିବାରୁ ଗାଡି ଚଲାଇବା ଏକ ପ୍ରକାର କଷ୍ଟକର ହୋଇଯାଇଛି । ଗତ କିଛି ଦିନ ହେବ ଶୀତର ପ୍ରକୋପ ହ୍ରାସ ପାଇଥିବା ବେଳେ ଘନ କୁହୁଡି ଅସୁବିଧା ସୃଷ୍ଟି କରିଛି ।

Comments are closed.