ବାତ୍ୟା ୟାଶ୍ ଲ୍ୟାଣ୍ଡଫଲ ପ୍ରକ୍ରିୟା ବିଳମ୍ବିତ

ଭୁବନେଶ୍ୱର- ବାତ୍ୟା ୟାଶ୍‌ର ଲ୍ୟାଣ୍ଡଫଲ ପ୍ରକ୍ରିୟା ବିଳମ୍ବିତ ହୋଇଛି । ଘଣ୍ଟା ଏବେ ଘଣ୍ଟା ପ୍ରତି ୧୨ କିଲୋମିଟର ବେଗରେ ଗତି କରୁଛି ବାତ୍ୟା । ଲ୍ୟାଣ୍ଡଫଲ୍ ୧୦ଟାରୁ ୧୧ଟା ମଧ୍ୟରେ ଆରମ୍ଭ ହୋଇପାରେ । ଲ୍ୟାଣ୍ଡଫଲ ବେଳେ ପବନର ଗତି ଘଣ୍ଟାକୁ ୧୩୦ରୁ ୧୫୦ କିଲୋମିଟର ରହିପାରେ । ବାସୁଦେବପୁର-ବାହାନଗା ମଧ୍ୟରେ ବାତ୍ୟା ୟାଶ୍ ଲ୍ୟାଣ୍ଡଫଲ୍ କରିବା ସମ୍ଭାବନା ରହିଛି । ବର୍ତ୍ତମାନ ବାତ୍ୟା ଧାମରାର ପୂର୍ବରେ ୪୦ କିଲୋମିଟର ଦୂରରେ ରହିଛି ।

Comments are closed.