ପୂର୍ବ ଅପେକ୍ଷା ଦୁର୍ବଳ ହୋଇ ବାଲେଶ୍ୱର ଆଡକୁ ମୁହାଁଇଛି ୟାଶ୍ , ଲ୍ୟାଣ୍ଡଫଲ୍ ବେଳେ ପବନ ବେଗ ୧୨୦ କିମିରୁ ଅଧିକ ହେବ ନାହିଁ

ଭୁବନେଶ୍ୱର- ପୂର୍ବ ଅପେକ୍ଷା ଦୁର୍ବଳ ହେଲା ବାତ୍ୟା ୟାଶ୍ । ବର୍ତ୍ତମାନ ବାତ୍ୟା ୟାଶ୍ ବାଲେଶ୍ୱର ଆଡକୁ ମୁହାଁଇଛି । ଭଦ୍ରକର ଧାମରା ଅତିକ୍ରମ କରିଛି ୟାଶ୍ । ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ଘଣ୍ଟା ପ୍ରତି ୧୨୦ କିଲୋମିଟରରୁ ଅଧିକ ରହିବ ନାହିଁ । ଭଦ୍ରକର ମୋହନପୁରରେ ଜୁଆର ୯ କିଲୋମିଟର ଯାଏଁ ସ୍ଥଳଭାଗକୁ ଯିବ । ଲ୍ୟାଣ୍ଡଫଲ୍‌ର ୩-୪ ଘଣ୍ଟା ଯାଏଁ ପ୍ରବଳ ବର୍ଷା ଓ ପବନ ହୋଇପାରେ । ଭଦ୍ରକ, ବାଲେଶ୍ୱର,ଜଗତସିଂହପୁର ଓ କେନ୍ଦ୍ରାପଡା ଅଧିକ ପ୍ରଭାବିତ ହେବ ।

Comments are closed.