ଭାରତରେ ୫୭୭ ଶିଶୁଙ୍କୁ ଅନାଥ କଲାଣି କୋଭିଡ୍

‌ନୂଆଦିଲ୍ଲୀ: କୋଭିଡ୍‌-୧୯ ଯୋଗୁଁ ଭାରତରେ ଏଯାବତ୍ ୫୭୭ ଶିଶୁ ଅନାଥ ହୋଇଛନ୍ତି । ଏପ୍ରିଲ ୧ରୁ ଏଯାବତ୍ ବିଭିନ୍ନ ରାଜ୍ୟରୁ ମିଳିଥିବା ରିପୋର୍ଟ ଭିତ୍ତିରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ।

ଇରାନୀ କହିଛନ୍ତି ଯେ, ଯେଉଁ ନିସହାୟ ଶିଶୁମାନେ କୋଭିଡ୍‌ରେ ନିଜ ବାପା,ମା’ଙ୍କୁ ହରାଇଛନ୍ତି, ସେମାନଙ୍କୁ ସରକାର ସବୁ ପ୍ରକାର ସହାୟତା ଓ ସୁରକ୍ଷା ଯୋଗାଇବେ । ବିିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ମିଳିଥିବା ରିପୋର୍ଟ ମୁତାବକ ଏପ୍ରିଲ ପହିଲାରୁ ମଙ୍ଗଳବାର ଅପରହ୍ନ ୨ଟା ପର୍ଯ୍ୟନ୍ତ କୋଭିଡ୍ କାରଣରୁ ୫୭୭ ଶିଶୁ ଅନାଥ ହୋଇଯାଇଛନ୍ତି ବୋଲି ଇରାନୀ ଟ୍ୱିଟ୍ କରି କହିଛନ୍ତି । ଏହି ସବୁ ଶିଶୁ ସମ୍ପୃକ୍ତ ଜିଲ୍ଲା କର୍ତ୍ତୃପକ୍ଷଙ୍କ ତତ୍ତ୍ୱାବଧାନରେ ଅଛନ୍ତି । ଏହି ଅନାଥ ଶିଶୁଙ୍କୁ ଯଦି କାଉନସେଲିଂ ଆବଶ୍ୟକ ପଡେ, ତେବେ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ମେଣ୍ଟାଲ୍ ହେଲ୍‌ଥ ଆଣ୍ଡ୍ ନ୍ୟୁରୋସାଇନ୍ସ (ନିମହଂସ) ପ୍ରସ୍ତୁତ ଅଛି ବୋଲି ଇରାନୀ କହିଛନ୍ତି । କୋଭିଡ୍‌ରେ ଅନାଥ ହୋଇଥିବା ଶିଶୁଙ୍କ କଲ୍ୟାଣ ପାଇଁ ପାଣ୍ଠିର ଅଭାବ ନାହିଁ ବୋଲି ସେ କହିଛନ୍ତି ।

Comments are closed.