ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ୟାଶ୍‌ର ପ୍ରଭାବ ଅଧିକ, ଜଗତସିଂହପୁର, କେନ୍ଦ୍ରାପଡା ଓ ଯାଜପୁର ଜିଲ୍ଲାରେ କମ୍

ଭୁବନେଶ୍ୱର-ଲ୍ୟାଣ୍ଡଫଲ୍ ପରେ ଦୁର୍ବଳ ହୋଇଯାଇଛି ବାତ୍ୟା ୟାଶ୍ । ଏହା ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗରେ ଗତି କରିଛି । ଭଦ୍ରକ, ବାଲେଶ୍ୱରରେ ପବନର ବେଗ କମିବା ସହ ବର୍ଷା ପରିମାଣ ବି ହ୍ରାସ ପାଇଛି ।

ଏନଡିଆରଏଫ୍‌, ଓଡ୍ରାଫ୍ ଟିମ୍ ବିଭିନ୍ନ ସ୍ଥାନରେ ଉପୁଡି ପଡିଥିବା ଗଛ ରାସ୍ତାରୁ ହଟାଇବା କାର୍ଯ୍ୟ ଜାରି ରଖିଛନ୍ତି । ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ବାତ୍ୟାର ପ୍ରଭାବ ଅନୁଭୂତ ହୋଇଥିଲେ ମଧ୍ୟ ଜଗତସିଂହପୁର, କେନ୍ଦ୍ରାପଡା ଓ ଯାଜପୁର ଜିଲ୍ଲାରେ ଅଧିକ କ୍ଷୟକ୍ଷତି ହୋଇନାହିଁ ବୋଲି ପ୍ରାଥମିକ ରିପୋର୍ଟରୁ ଜଣାପଡିଛି ।

ଶିିିମିଳିପାଳରେ ଅଧିକ ବର୍ଷା ହୋଇଥିବା ଯୋଗୁଁ ବୁଢାବଳଙ୍ଗ ନଦୀରେ ବନ୍ୟା ହେବାର ଆଶଙ୍କା ନେଇ ଜଳସଂପଦ ବିଭାଗ ପକ୍ଷରୁ ପରିସ୍ଥିତି ଅନୁଧ୍ୟାନ କରାଯାଉଛି ।

Comments are closed.