ପୂର୍ବତଟ ରେଳପଥ ପକ୍ଷରୁ ୪୯ ତମ କ୍ଷେତ୍ରୀୟ ରାଜଭାଷା କାର୍ଯ୍ୟାନ୍ୱୟନ କମିଟି ବୈଠକ

ଭୁବନେଶ୍ୱର: ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ଆର ଏନ ସୁନକରଙ୍କ ଅଧ୍ୟକ୍ଷତାରେ ୪୯ ତମ କ୍ଷେତ୍ରୀୟ ରାଜଭାଷା କାର୍ଯ୍ୟାନ୍ୱୟନ କମିଟିର ଯୁଗ୍ମ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ପ୍ରମୁଖ ବିଭାଗୀୟ ଅଧିକାରୀବୃନ୍ଦ , ଖୋର୍ଦ୍ଧା ରୋଡ, ସମ୍ବଲପୁର, ୱାଲଟିୟର ଡିଭିଜନ ଏବଂ ମଞ୍ଚେଶ୍ୱର ରେଳ ଡବା ମରାମତି କାରଖାନାର ରାଜଭାଷା ଅଧିକାରୀମାନେ ଉପସ୍ଥିତ ଥିଲେ।

ମହାପ୍ରବନ୍ଧକ ସୁନକର ଏହି ବୈଠକକୁ ସମ୍ବୋଧିତ କରି ରେଳ କର୍ମଚାରୀଙ୍କୁ ଦୈନନ୍ଦିନ ସରକାରୀ କାର୍ଯ୍ୟରେ ହିନ୍ଦୀ ଭାଷାର ବ୍ୟବହାର କରିବାକୁ ପରାମର୍ଶ କରିଥିଲେ। ସେ ଆହୁରି ମଧ୍ୟ ପରାମର୍ଶ ଦେଇଛନ୍ତି ଯେ ହିନ୍ଦୀରେ ତାଲିମ ପ୍ରାପ୍ତ କର୍ମଚାରୀମାନେ ରାଜଭାଷାରେ ଅଧିକରୁ ଅଧିକ କାମ କରିବା ଉଚିତ୍।

ଏହି ଅବସରରେ ମହାପ୍ରବନ୍ଧକ ସୁନକର ମହାନ ହିନ୍ଦୀ ସାହିତ୍ୟିକମାନଙ୍କର ପ୍ରଭାବଶାଳୀ ଉଦ୍ଧୃତି ସମ୍ବନ୍ଧୀୟ ପୋଷ୍ଟରଗୁଡିକ ଉନ୍ମଚନ କରିଥିଲେ। ସେ ହିନ୍ଦୀ ଲେଖକମାନଙ୍କ ଉପରେ ଆଧାରିତ ପ୍ରଶ୍ନୋତ୍ତର ପ୍ରତିଯୋଗିତାର ବିଜେତାମାନଙ୍କୁ ମଧ୍ୟ ପୁରସ୍କୃତ କରିଥିଲେ।

ଏହି ଅବସରରେ ମୁଖ୍ୟ ରାଜଭାଷା ଅଧିକାରୀ ଏବଂ ମୁଖ୍ୟ ଆର୍ଥିକ ପରାମର୍ଶଦାତା ଶ୍ରୀ ଆର ଏସ୍ ମିତ୍ର ରାଜଭାଷାର ସଫଳ କାର୍ଯ୍ୟକାରିତା ପାଇଁ ରେଳ କର୍ମଚାରୀଙ୍କ ସହୃଦୟ ସହଯୋଗ କାମନା କରିଥିଲେ।

ଏହି ବୈଠକରେ ଉପ ମୁଖ୍ୟ ରାଜଭାଷା ଅଧିକାରୀ ଏବଂ ଉପ ମୁଖ୍ୟ ଅପରେସନ୍ ମ୍ୟାନେଜର (ଜେନେରାଲ୍) ଦେବରାଜ ନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ୟେଲିନା ପଣ୍ଡା, ରାଜଭାଷା ଅଧିକାରୀ ଏହି ବୈଠକକୁ ସଂଯୋଜନା କରିଥିଲେ।

Comments are closed.