୧୪ ଆଇନଜୀବୀଙ୍କ ଜାମିନ ଆବେଦନ ଖାରଜ 

ସମ୍ବଲପୁର : ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ ଦାବିରେ ସତ୍ୟାଗ୍ରହ ବେଳେ ହୋଇଥିବା ଗଣ୍ଡଗୋଳ ଘଟଣାରେ ଗିରଫ ଓକିଲଙ୍କ ଜାମିନକୁ ଉପଖଣ୍ଡସ୍ତରୀୟ ମାଜିଷ୍ଟ୍ରେଟ ନାମଞ୍ଜୁର କରି ଦେଇଛନ୍ତି। ସମ୍ବଲପୁର ବାରର ସମସ୍ତ ସଦସ୍ୟଙ୍କ ଲାଇସେନ୍ସ ରଦ୍ଦ ହୋଇଥିବାରୁ ଆଜି ଏମାନଙ୍କ ମାମଲା ପରିଚାଳନା କରିବାକୁ କୁଚିଣ୍ଡା ବାରର ୩ ଜଣ ସଦସ୍ୟ ଆସିଥିଲେ। ତେବେ, ଆସନ୍ତାକାଲି ଜିଲ୍ଲା ଦୌରା ଜଜଙ୍କ ଅଦାଲତରେ ପୁଣି ଆବେଦନ କରାଯିବ ବୋଲି ଏହି ଆଇନଜୀବୀ ମାନେ ସୂଚନା ଦେଇଛନ୍ତି।

ଗତ ୧୨ ତାରିଖରେ ସମ୍ବଲପୁରରେ ଓକିଲଙ୍କ ସତ୍ୟାଗ୍ରହ ବେଳେ ବିଚାରପତିଙ୍କ ପ୍ରକୋଷ୍ଠରେ ଭଙ୍ଗାରୁଜା ଯାଏ କଥା ଯାଇଥିଲା। ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ମୋଟ ୩୨ ଜଣ ଗିରଫ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୨୩ ଜଣ ଓକିଲ ଥିବା ବେଳେ ଜଣେ କୋର୍ଟର ପିଅନ ଏବଂ ୮ ଜଣ କିନ୍ନର ଅଛନ୍ତି। ହେଲେ ସମ୍ବଲପୁର ବାରର ସମସ୍ତ ସଦସ୍ୟଙ୍କ ଲାଇସେନ୍ସ ରଦ୍ଦ ହୋଇଥିବାରୁ ଗିରଫ ବ୍ୟକ୍ତିଙ୍କ ଜାମିନ ଆବେଦନ କରିବାକୁ ଆଜି କୁଚିଣ୍ଡା ବାରର ୩ ଜଣ ସଦସ୍ୟ ଆସିଥିଲେ। ତେବେ, ସେମାନେ ୧୪ ଜଣ ଓକିଲଙ୍କ ଜାମିନ ପାଇଁ ଏସଡିଜେଏମ କୋର୍ଟରେ ଆବେଦନ କରିଥିଲେ। ହେଲେ ସେମାନଙ୍କ ଜାମିନ ନାମଞ୍ଜୁର ହୋଇଯାଇଛି। ଫଳରେ ଆସନ୍ତାକାଲି ଜିଲ୍ଲା ଦୌରା ଜଜଙ୍କ କୋର୍ଟରେ ଆବେଦନ କରାଯିବ ବୋଲି ଏହି ଓକିଲମାନେ ସୂଚନା ଦେଇଛନ୍ତି।

Comments are closed.