ମାତିଲେ ମାଓବାଦୀ, ପୋଲିସ ଇନଫର୍ମର ସନ୍ଦେହରେ ଯୁବକଙ୍କୁ ହତ୍ୟା କଲା ସିପିଆଇ (ମାଓବାଦୀ) ସଂଗଠନ

ଫୁଲବାଣୀ – କନ୍ଧମାଳ ଜିଲ୍ଲା କୋଟଗଡ଼ରେ ମାଓବାଦୀମାନେ ପୋଲିସ ଇନଫର୍ମର ସନ୍ଦେହରେ ଗୁଳି କରି ହତ୍ୟା କରିଛନ୍ତି । ସିପିଆଇ (ମାଓବାଦୀ )ର ବାଂଶଧାରା-ଘୁମୁସର-ନାଗାବଳୀ କମିଟି ରମେଶଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି ବୋଲି ଏକ ହାତଲେଖା ପୋଷ୍ଟର ମାଧ୍ୟମରେ ଉଲ୍ଲେଖ କରିଛି ମାଓ ସଂଗଠନ। ମାଓବାଦୀଙ୍କ ଗୁଳିର ଶୀକାର ହୋଇଥିବା ରମେଶ ନାୟକ କୋଟଗଡ଼ ଥାନା ବଣ୍ଡାପିପିଲିର ବାସିନ୍ଦା ବୋଲି ଜଣାପଡିଛି। ରମେଶଙ୍କ ଦୁର୍ନୀତିଗ୍ରସ୍ତ ଠିକାଦାର, କାଠମାଫିଆ, ଓ ପୋଲିସ ସହ ସମ୍ପର୍କ ଥିବା ମାଓ ସଂଗଠନ ପକ୍ଷରୁ କୁହାଯାଇଛି।

ଶନିବାର ବିଳମ୍ବିତ ରାତିରେ ରମେଶଙ୍କୁ ସଶସ୍ତ୍ର ମାଓବାଦୀମାନେ ଘରୁ ଉଠାଇନେଇଥିଲେ । ଆଜି ନିକଟସ୍ଥ ଜଙ୍ଗଲରେ ରମେଶଙ୍କ ମୃତ ଦେହ ମିଳିଥିଲା l

ରମେଶଙ୍କୁ ପୂର୍ବରୁ ମାଓବାଦୀ ମାନେ ଚେତାବନୀ ଦେଇଥିଲେ। ଗୁଳି ମାରି ହତ୍ୟା କରିବା ପରେ ବଂଶଧାରା ଘୁମୁସର ନାଗାବଳୀ ମାଓ ଡିଭିଜନ ତରଫରୁ ହାତଲେଖା ପୋଷ୍ଟର ସେଠାରେ ଲେଖାଯାଇଛି l ଅନ୍ୟ ମାନଙ୍କୁ ମଧ୍ୟ ଚେତାବନୀ ଦେଇଛି ଲାଲ ବାହିନୀ। ପୋଲିସ ଏସଓପି ଅନୁସାରେ କାର୍ଯ୍ୟାନୁଷ୍ଠାନ ନେଇଛି।

Comments are closed.