ବାଲିଗୁଡ଼ା: ଦୁର୍ଘଟଣାରେ ଦୁଇ ଯୁବକଙ୍କ ଜୀବନ ଗଲା   

ଫୁଲବାଣୀ: ମାଲ ବୋଝେଇ ଭାରୀ ଯାନ ଧକ୍କାରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବଡ଼ଗାଁରେ ଦୁଇ ଯୁବକଙ୍କ ଜୀବନ ଯାଇଛି। ମୃତକଦ୍ବୟ ହେଲେ ସଚ୍ଚିଦାନନ୍ଦ ନାୟକ (୨୬) ଓ ରାକେଶ ମଳିକ (୨୯)। ରବିବାର ବିଳମ୍ବିତ ରାତିରେ ସଚ୍ଚିଦାନନ୍ଦ ଓ  ରାକେଶ ମହାସିଙ୍ଗିରୁ ଘରକୁ ଫେରିବା ବେଳେ ବାଲିଗୁଡ଼ା ପଟୁ ଆସୁଥିବା ଏକ ମାଲବାହୀ ଗାଡ଼ି ଧକ୍କାରେ ଦୁଇଜଣଯାକଙ୍କ ସଙ୍ଗେ ସଙ୍ଗେ ମୃତ୍ୟୁ ଘଟିଥିଲା। ବାଲିଗୁଡ଼ା ଡାକ୍ତରଖାନାରେ ଦୁଇ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ତେବେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ପ୍ରତିବାଦରେ ଆଜି ସକାଳୁ ବାଲିଗୁଡ଼ା ଡାକ୍ତରଖାନା ଆଗରେ  ୫୯ ନଂ ଜାତୀୟ ରାଜପଥ ଅବରୋଧ କରିଥିଲେ। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଥିଲେ। ପୋଲିସ ପଦାଧିକାରୀମାନେ ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ।

Comments are closed.