ଆସନ୍ତା ୪ ଦିନ ମଧ୍ୟରେ ଅନେକ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା, ରଜବେଳକୁ ଓଡିଶା ଆସିବ ମୌସୁମୀ

ଭୁବନେଶ୍ୱର- ଆସନ୍ତା ୪ ଦିନ ମଧ୍ୟରେ ରାଜ୍ୟର ଅନେକ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବର୍ଷା ପବନର ପୂର୍ବାନୁମାନ କରାଯାଇଛି । ୧୩ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା, ଗଜପତି, ଗଞ୍ଜାମ, ନୂଆପଡା, ବଲଙ୍ଗୀର, କଳାହାଣ୍ଡି, କନ୍ଧମାଳ, ଯାଜପୁର, ବାଲେଶ୍ୱର, ଭଦ୍ରକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ସେପଟେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଜୁନ୍ ୩ ତାରିଖରେ କେରଳ ଛୁଇଁବା ସମ୍ଭାବନା ରହିଛି ବୋଲି ଆଂଚଳିକ ପାଣିପାଗ ବିଭାଗ କହିଛି । ରଜ ବେଳକୁ ମୌସୁମୀ ଓଡିଶାରେ ପ୍ରବେଶ କରିବ ବୋଲି ସୂଚନା ମିଳିଛି ।

Comments are closed.