ଜମ୍ମୁ କାଶ୍ମୀରର ଶୋପିଆନ୍‌ରେ ଏନକାଉଣ୍ଟର, ୩ ଆତଙ୍କବାଦୀ ନିପାତ

ଶ୍ରୀନଗର: ଜମ୍ମୁ କାଶ୍ମୀରର ଶୋପିଆନ୍‌ରେ ହୋଇଥିବା ଏନକାଉଣ୍ଟରରେ ସୁରକ୍ଷା ବାହିନୀ ୩ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି । ସେମାନଙ୍କ ଠାରୁ ଏକେ-୪୭ ସହ ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇଛି ।

ଜାମ୍ମୁ କାଶ୍ମୀରର ଶୋପିଆନ୍ ଜିଲ୍ଲାର ମୁଞ୍ଜ୍ ମାର୍ ଅଞ୍ଚଳରେ ଆତଙ୍କବାଦୀଙ୍କ ସହ ସୁରକ୍ଷା ବାହିନୀର ଏନକାଉଣ୍ଟର ହୋଇଥିଲା।

ଲଶ୍କର-ଏ-ତାଇବା ଆତଙ୍କବାଦୀ ସଂଗଠନର ତିନି ଜଣ ଆତଙ୍କବାଦୀ ନିହତ ହୋଇଥିବା ଏଡିଜିପି କାଶ୍ମୀର ସୂଚନା ଦେଇଛନ୍ତି। ନିହତ ତିନି ଆତଙ୍କବାଦୀଙ୍କ ମଧ୍ୟରୁ ଦୁଇଜଣଙ୍କୁ ଶୋପିଆନ୍‌ର ଲତିଫ୍ ଲୋନ୍ ଅଞ୍ଚଳର ବାସିନ୍ଦା ବୋଲି ଜଣାପଡିଛି। ଏହି ଆତଙ୍କବାଦୀମାନେ କାଶ୍ମୀରୀ ପଣ୍ଡିତ ପୁରାଣ କୃଷ୍ଣ ଭଟ, ଅନନ୍ତନାଗର ଉମର ନାଜିର ଏବଂ ନେପାଳର ତିଲ ବାହାଦୁର ଥାପାଙ୍କ ହତ୍ୟାରେ ସମ୍ପୃକ୍ତ ଥିଲେ। ଆତଙ୍କବାଦୀଙ୍କ ନିକଟରୁ ଏକ ଏକେ-୪୭ ରାଇଫଲ ଏବଂ ୨ ପିସ୍ତଲ ଉଦ୍ଧାର କରାଯାଇଛି।

Comments are closed.