ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗରେ ଏପରି କହିଲେ ରାଜ୍ୟ ଆଇନ ମନ୍ତ୍ରୀ

ଭୁବନେଶ୍ବର – ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ରାଜ୍ୟ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା କହିଛନ୍ତି ଯେ, ଯାହା ଭଲ ହେବ, ରାଜ୍ୟ ସରକାର ତାହା କରିବେ । ଏହି ପ୍ରସଙ୍ଗରେ ତର୍ଜମା କରାଯାଉଛି, ଯାହା ହୋଇପାରିବ ତାହା ରାଜ୍ୟ ସରକାର କରିବେ। ସୁପ୍ରିମକୋର୍ଟ ଯାହା ନିଷ୍ପତ୍ତି ନେଇଛନ୍ତି ତର୍ଜମା କରି ନେଇଛନ୍ତି। ପରବର୍ତ୍ତୀ ମୁହୂର୍ତ୍ତରେ ବିଚାରବିମର୍ଶ କରି ଯାହା ଭଲ ହୋଇପାରିବ ସେ ଦିଗରେ ରାଜ୍ୟ ସରକାର ନିଷ୍ପତ୍ତି ନେବେ ବୋଲି ମନ୍ତ୍ରୀ କହିଛନ୍ତି।

ସୂଚନାଯୋଗ୍ୟ, ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ଗତ ୧୨ ତାରିଖରେ ସମ୍ବଲପୁରରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଓକିଲଙ୍କ ସମେତ କିନ୍ନର ଓ ସାଧାରଣ ଜନତା ସମ୍ବଲପୁର କୋର୍ଟରେ ଭଙ୍ଗାରୁଜା କରିଥିଲେ। ସୁପ୍ରିମକୋର୍ଟ ଏ ସଂପର୍କରେ ଅବଗତ ହୋଇଥିଲେ। ପଶ୍ଚିମ ଓଡ଼ିଶାରେ ସ୍ଥାୟୀ ବେଞ୍ଚର ଆବଶ୍ୟକତା ନାହିଁ ବୋଲି କହିଥିଲେ। ସେହିପରି ଜାତୀୟ ବାର କାଉନସିଲ କିଛି ଓକିଲଙ୍କ ଲାଇସେନ୍ସ ୧୮ ମାସ ପାଇଁ ସସ୍‌ପେଣ୍ଡ କରିଥିଲା।

Comments are closed.