ରାମଦେବଙ୍କ କାର୍ଟୁନ୍ କରିବା ନେଇ ଦୁଇ କାର୍ଟୁନିଷ୍ଟଙ୍କ ବିରୋଧରେ ମାମଲା

ଡେରାଡୁନ: ଯୋଗ ଗୁରୁ ରାମଦେବଙ୍କ ଅଶ୍ଲୀଳ ପୋଷ୍ଟର ତିଆରି କରି ସୋସିଆଲ ମିଡିଆରେ ଭାଇରାଲ କରିବା ଅଭିଯୋଗରେ ଉତ୍ତରାଖଣ୍ଡ ପୋଲିସ ଡେରାଡୁନର ଦୁଇଜଣ କାର୍ଟୁନିଷ୍ଟଙ୍କ ବିରୋଧରେ ମାମଲା ରୁଜୁ କରିଛି। ଯୋଗ ଗୁରୁ ରାମଦେବଙ୍କ ଅଶ୍ଳୀଳ ପୋଷ୍ଟର ତିଆରି କରି ତାଙ୍କ ଛବି ଖରାପ କରିବାକୁ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ପୋଲିସ ସମ୍ପ୍ରତି ଏହି ଘଟଣାର ତଦନ୍ତ କରୁଛି।

କନଖଲ ପୋଲିସ ଥାନା ଦାୟିତ୍ୱରେ ଥିବା ମୁକେଶ ଚୌହାନ କହିଛନ୍ତି ଯେ ପତଞ୍ଜଳି ଯୋଗପୀଠର ଲିଗାଲ ସେଲ ଦ୍ବାରା ଏହି ଅଭିଯୋଗ ରୁଜୁ କରାଯାଇଛି। ଅଭିଯୋଗକୁ ଭିତ୍ତି କରି କନଖଲ ପୋଲିସ ଥାନାର ଦୁଇ କାର୍ଟୁନିଷ୍ଟ ଗଜେନ୍ଦ୍ର ରାୱତ ଏବଂ ହେମନ୍ତ ମାଲବୀୟଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

ଅଧିକାରୀ କହିଛନ୍ତି ଯେ ଧାର୍ମିକ ଭାବନାକୁ ଆଘାତ ଦେବା ଅଭିଯୋଗରେ ଆଇପିସି ଧାରା ୧୫୩-ଏ ଅନୁଯାୟୀ ଏହି ଲୋକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ତଲାସି ଅଭିଯାନ ଆରମ୍ଭ ହୋଇଥିବା ସେ କହିଛନ୍ତି।

Comments are closed.