‘କ୍ରନୋଲୋଜି ବୁଝନ୍ତୁ…’, କୋଭିଡ୍ ଉପରେ ପ୍ରଧାନମନ୍ତ୍ରୀଙ୍କ ବୈଠକ ନେଇ କଂଗ୍ରେସର କଟାକ୍ଷ

ନୂଆଦିଲ୍ଲୀ: ଦେଶରେ କୋଭିଡ୍-୧୯ ସ୍ଥିତି ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଚ୍ଚ ସ୍ତରୀୟ ବୈଠକ ନେଇ କଂଗ୍ରେସ କଟାକ୍ଷ କରିଛି । କଂଗ୍ରେସ କହିଛି ପ୍ରଥମେ ଆପଣ ‘କ୍ରନୋଲୋଜି (ଘଟଣାକ୍ରମ) ବୁଝିବାକୁ ଚେଷ୍ଟା କରନ୍ତୁ..। ଓମିକ୍ରନର ସବ୍-ଭାରିଆଣ୍ଟ ବିଏଫ୍.୭ର ମାମଲା କିଛି ମାସ ପୂର୍ବରୁ ହିଁ ସାମ୍ନାକୁ ଆସିଥିଲା । କିନ୍ତୁ ଏହି ବୈଠକ ଏପରି ଏକ ସମୟରେ ହେଉଛି ଯେତେବେଳେ ‘ଭାରତ ଯୋଡ ଯାତ୍ରା’ ଦିଲ୍ଲୀରେ ପ୍ରବେଶ କରିବାକୁ ଯାଉଛି।

ଦଳର ସାଧାରଣ ସମ୍ପାଦକ ଜୟରାମ ରମେଶ ଟ୍ୱିଟ୍ କରି କହିଛନ୍ତି, ଜୁଲାଇ, ସେପ୍ଟେମ୍ବର ଏବଂ ନଭେମ୍ବରରେ ଗୁଜରାଟ ଏବଂ ଓଡିଶାରେ ଓମିକ୍ରନ୍ ସବ୍ ଭାରିଆଣ୍ଟ ବିଏଫ୍.୭ର ୪ଟି ମାମଲା ଚିହ୍ନଟ ହୋଇଥିଲା। ଗତକାଲି ସ୍ୱାସ୍ଥ୍ୟମନ୍ତ୍ରୀ ରାହୁଲଙ୍କୁ ଏକ ଚିଠି ଲେଖିଥିଲେ। ପ୍ରଧାନମନ୍ତ୍ରୀ ଆଜି ସ୍ଥିତିର ସମୀକ୍ଷା କରୁଛନ୍ତି। ‘ଭରତ ଯୋଡ ଯାତ୍ରା’ ଗୋଟିଏ ଦିନ ପରେ ଦିଲ୍ଲୀରେ ପ୍ରବେଶ କରିବ। ଏବେ ଆପଣ ଘଟଣାକ୍ରମ ବୁଝିବାକୁ ଚେଷ୍ଟା କରନ୍ତୁ…।”

ସୂଚନାଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ମୋଦୀ ଗୁରୁବାର ଏକ ଉଚ୍ଚସ୍ତରୀୟ ବୈଠକରେ ଦେଶରେ କୋଭିଡ-୧୯ ସ୍ଥିତିର ସମୀକ୍ଷା କରିବେ।

ଚୀନ୍ ସହ ବିଶ୍ୱର ଅନେକ ଦେଶରେ କୋଭିଡ-୧୯ ମାମଲା ଦ୍ରୁତ ଗତିରେ ବୃଦ୍ଧି ଦୃଷ୍ଟିରୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବୀୟ ମଧ୍ୟ ବୁଧବାର ଏକ ସମୀକ୍ଷା ବୈଠକ କରିଥିଲେ । ଭାରତ ଯୋଡ ଯାତ୍ରା ବନ୍ଦ କରିବା ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ମାଣ୍ଡବୀୟ ରାହୁଲ ଗାନ୍ଧୀଙ୍କୁ ଚିଠି ଲେଖି ପରାମର୍ଶ ମଧ୍ୟ ଦେଇଥିଲେ ।

Comments are closed.