ବ୍ଳାକମେଲ ମାମଲା : ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ଗିରଫ କଲା ଇଡି

ଭୁବନେଶ୍ୱର – ରିମାଣ୍ଡ ଅ‍ବଧି ସରିବା ପରେ ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ- ଇଡି। ମନି ଲଣ୍ଡ୍ରିଂ ମାମଲାରେ ପ୍ରମାଣ ପାଇବା ପରେ ଜଗବନ୍ଧୁଙ୍କୁ ଗିରଫ କରାଯାଇଛି । ଜଗବନ୍ଧୁଙ୍କ ରିମାଣ୍ଡ ଆଜି ସରିବା ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଦ୍ୱିତୀୟ ଥର ପାଇଁ ଜଗବନ୍ଧୁଙ୍କୁ ରିମାଣ୍ଡରେ ନେବାକୁ ଯୋଜନା କରୁଛି ଇଡି। ପୂର୍ବରୁ ଇଡି ଅର୍ଚ୍ଚନା ଓ ଖଗେଶ୍ୱର ପାତ୍ରଙ୍କୁ ଗିରଫ କରିଥିଲା।

ଇଡି ଜଗବନ୍ଧୁଙ୍କୁ ୯ଦିନ ରିମାଣ୍ଡରେ ନେଇଥିଲା । ଅର୍ଚ୍ଚନା ନାଗଙ୍କୁ ଦ୍ୱିତୀୟ ଥର ପାଇଁ ୬ ଦିନିଆ ରିମାଣ୍ଡରେ ନେଇ ଉଭୟଙ୍କୁ ମୁହାଁମୁହିଁ ଜେରା କରିଥିଲା ଇଡି । ସେତେବେଳେ ଅର୍ଚ୍ଚନା ନାଗଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରା ମଧ୍ୟ ଇଡିରେ ହାଜର ହୋଇଥିଲେ। ତାଙ୍କୁ ମଧ୍ୟ ଇଡି ନାଗ-ଚାନ୍ଦ ଦମ୍ପତିଙ୍କ ସହ ମୁହାଁମୁହିଁ ଜେରା କରିଥିଲା। ଜେରାବେଳେ ଅନେକ କିଛି ତଥ୍ୟ ଇଡି ହାତରେ ଲାଗିଥିବା କୁହାଯାଉଛି ।

Comments are closed.