କାଲିଠୁ ଉତ୍ତର ଜୋନରେ ଉଠା ଦୋକାନ ଉଚ୍ଛେଦ କରିବ ନାହିଁ ବିଏମସି

ଭୁବନେଶ୍ବର – ଆନ୍ଦୋଳନ ପରେ ଉଠା ଦୋକାନୀଙ୍କୁ ଉଚ୍ଛେଦ ନିଷ୍ପତ୍ତିରେ ପରିବର୍ତ୍ତନ କରିଛି ଭୁବନେଶ୍ୱର ମହାନଗର ନିଗମ- ବିଏମସି । ଉଠାଦୋକାନୀଙ୍କୁ ଆସନ୍ତାକାଲିଠୁ ଉଚ୍ଛେଦ ହେବ ନାହିଁ ବୋଲି ବିଏମ୍‌ସିର ନର୍ଥ ଜୋନ୍ ଆସିଷ୍ଟାଣ୍ଟ କମିସନର ସୁରେଶ ଚନ୍ଦ୍ର ଲେଙ୍କା ସୂଚନା ଦେଇଛନ୍ତି।ଆସନ୍ତାକାଲିଠୁ ଉତ୍ତର ଜୋନରେ ଭଙ୍ଗା ଯିବ ନାହିଁ ଆଉ ଉଠା ଦୋକାନ। କିଛି ଦିନ ପାଇଁ ଏହା ସ୍ଥଗିତ ରହିବ । ଉଚ୍ଛେଦ ପୂର୍ବରୁ ଆଲୋଚନା କରାଯିବ ବୋଲି ସେ କହିଛନ୍ତି । ପରବର୍ତ୍ତୀ ପର୍ଯ୍ୟାୟରେ ଉଠାଦୋକାନୀଙ୍କର ଥଇଥାନ ନେଇ ନିଷ୍ପତ୍ତି ହେବ।

ସେପଟେ ନିଖିଳ ଓଡ଼ିଶା ରାସ୍ତା ପାର୍ଶ୍ବ ଉଠା ଦୋକାନୀ ମହାସଂଘ ଆନ୍ଦୋଳନକୁ ସ୍ଥଗିତ ରଖିଛି।

Comments are closed.