ଟିକାକରଣ ନେଇ ନବୀନଙ୍କ ଦାବିକୁ ସମର୍ଥନ କଲେ କେରଳ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- କୋଭିଡ ଟିକାକରଣ ବାବଦରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରସ୍ତାବକୁ କେରଳ ମୁଖ୍ୟମନ୍ତ୍ରୀ ପି.ବିଜୟନ ମଧ୍ୟ ସମର୍ଥନ କରିଛନ୍ତି । ଚିଠି ଲେଖି ବିଜୟନ , ନବୀନଙ୍କ ପ୍ରସ୍ତାବକୁ ସମର୍ଥନ କରିଛନ୍ତି । ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଟିକାକରଣ ନେଇ ନବୀନଙ୍କ ପ୍ରସ୍ତାବକୁ ସମର୍ଥନ କରିଥିଲେ ।

କେନ୍ଦ୍ର ସରକାର ଟିକା କିଣି ରାଜ୍ୟମାନଙ୍କୁ ବିତରଣ କରିବା ସହ ରାଜ୍ୟମାନଙ୍କୁ ଟିକାକରଣ ବାବଦରେ ଅଧିକ କ୍ଷମତା ଦେବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାବି କରିଥିଲେ । ଏଥିପାଇଁ ସହମତି ସୃଷ୍ଟି ହେଉ ବୋଲି ଦର୍ଶାଇ ମୁଖ୍ୟମନ୍ତ୍ରୀ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । କିଛି ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ ସହ ସେ ଏ ବାବଦରେ ଫୋନରେ ମଧ୍ୟ କଥା ହୋଇଥିଲେ । କୋରୋନା ମହାମାରୀର ମିଳିତ ମୁକାବିଲା ଜରୁରୀ ବୋଲି ନବୀନ କହିଥିଲେ ।

Comments are closed.