କୋଭିଡ ସଂକ୍ରମିତଙ୍କ ଚିକିତ୍ସା ପାଇଁ ଘରକୁ ଯୋଗାଇଦିଆଯିବ ଅକ୍ସିଜେନ କନସେନଟ୍ରେଟର : ୫ଟି ସହରରେ ସେବାର ଶୁଭାରମ୍ଭ

ଭୁବନେଶ୍ୱର- କୋଭିଡ ସଂକ୍ରମିତଙ୍କ ଚିକିତ୍ସା ସୁବିଧା ପାଇଁ ରାଜ୍ୟ ସରକାରଙ୍କ ଆଉ ଏକ ପଦକ୍ଷେପ । ଘରେ ଘରେ ଅକ୍ସିଜେନ କନସେନଟ୍ରେଟର ପହଂଚାଇବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି ।

ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର, ବ୍ରହ୍ମପୁର, କଟକ, ରାଉରକେଲା ଓ ସମ୍ବଲପୁର ସହରରେ ଏହି ସେବାର ଶୁଭାରମ୍ଭ କରାଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି ।

ରାଜ୍ୟ କୋଭିଡ ଡାସବୋର statdashboard.odisha.gov.in ଏବଂ o2booking.sachetakapp.in
ଲିଙ୍କରେ ଅକ୍ସିଜେନ କନସେନଟ୍ରେଟର ଅନଲାଇନ ବୁକିଂ ସୁବିଧା ଉପଲବ୍ଧ କରାଯାଇଛି । ରାଜ୍ୟ ସରକାରଙ୍କ ଏହ ପଦ କ୍ଷେପ ଲୋକଙ୍କ ଅମୂଲ୍ୟ ଜୀବନ ରକ୍ଷା କରିବାରେ ମହତ୍ତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Comments are closed.