ଶ୍ରୀମନ୍ଦିରରେ ବ୍ରହ୍ମାଙ୍କ ଯଜ୍ଞବେଦୀ ହିଁ ମୁକ୍ତିମଣ୍ଡପ 

ଶ୍ରୀମନ୍ଦିର ପ୍ରତିଷ୍ଠା ସମୟରେ ସ୍ୱୟଂ ବ୍ରହ୍ମା ଯେଉଁ ଠାରେ ଯଜ୍ଞବେଦୀ କରିଥିଲେ,ତାହା ପରବର୍ତ୍ତୀ ସମୟରେ ମୁକ୍ତିମଣ୍ଡପ ନାମରେ ନାମିତ ହୋଇଛି ।

କଳ୍ପବଟ ଏବଂ ରୋହିଣୀ କୁଣ୍ଡର ମଧ୍ୟବର୍ତ୍ତୀ ସ୍ଥଲରେ ଏହି ପବିତ୍ର ସ୍ଥାନଟି ଅବସ୍ଥିତ ।

ରାତ୍ର ସମୟରେ ସ୍ୱର୍ଗଲୋକରୁ ସମସ୍ତ ଦେବତା ମାନେ ଏଠାରେ ଏକତ୍ର ହୁଅନ୍ତି । ବ୍ରହ୍ମାଙ୍କ ପୌରୋହିତ ରେ ସଂସାରର ବିଭିନ୍ନ ସମସ୍ୟା ଉପରେ ସମସ୍ତ ଦେବତାଗଣ ଆଲୋଚନା କରି ଥାନ୍ତି । ଏହି ଆଲୋଚନାରେ ଭଗବାନ ବିଷ୍ଣୁ ଯାହା ନିର୍ଦ୍ଦେଶ ଦିଅନ୍ତି , ସବୁ ଦେବତା ଗଣ ସେହିପରି କାର୍ଯ୍ୟ କରିଥାନ୍ତି I

କିମ୍ବଦନ୍ତୀ ଅନୁସାରେ ମହାରାଜା ଇନ୍ଦ୍ରଦ୍ୟୁମ୍ନ ମନ୍ଦିର ପ୍ରତିଷ୍ଠା ସମୟରେ ମୁକ୍ତିମଣ୍ଡପରେ ଯଜ୍ଞ କରିଥିଲେ । ମୁକ୍ତିମଣ୍ଡପକୁ ବ୍ରହ୍ମାସନ କୁହାଯାଏ ।

ମୁକ୍ତିମଣ୍ଡପରେ କେବଳ ବିଦ୍ୱାନ ପଣ୍ଡିତମାନେ ଅବସ୍ଥାନ କରିଥାନ୍ତି।ଶ୍ରୀମନ୍ଦିରର ପୂଜାକର୍ମରେ ଯଦି କିଛି ଅସୁବିଧା ଦେଖାଦିଏ ଶାସ୍ତ୍ରମତେ ଆଲୋଚନା କରି ତାହାର ସମାଧାନ କରିଥାନ୍ତି I ମନୁଷ୍ୟ ଯଦିକିଛି ପାପ କରିଥାଏ,ତାହାର ପ୍ରାୟଶ୍ଚିତ ର ବାଟ ମୁକ୍ତିମଣ୍ଡପର ପଣ୍ଡିତମାନେ ବତାଇ ଦେଇଥାନ୍ତି ।

ଶ୍ରୀମନ୍ଦିରରେ ପ୍ରଚଳିତ ପାଞ୍ଜିକୁ ମୁକ୍ତିମଣ୍ଡପ ସଭାରେ ସ୍ୱୀକୃତି ଦିଆଯାଇଥାଏ I

ମୁକ୍ତିମଣ୍ଡପର ଲମ୍ବ ୩୮ଫୁଟ ଓ ଓସାର ୩୮ଫୁଟ । ଖ୍ରୀଷ୍ଟାବ୍ଦ ୧୫୭୮ରେ ରାମଚନ୍ଦ୍ର ଦେବଙ୍କ ସମୟରେ ମୁକ୍ତିମଣ୍ଡପ ତିଆରି ହୋଇଥିବା ଜଣାଯାଏ ।

ଏହି ମୁକ୍ତିମଣ୍ଡପରେ ପୁରୀର ଷୋଳଶାସନର ବିଦ୍ୱାନ ପଣ୍ଡିତମାନେ ବସି ହିନ୍ଦୁଧର୍ମର ନୀତିନିୟମ ବିଷୟରେ ଆଲୋଚନା କରିଥାନ୍ତି ।

(ସଂଗୃହୀତ )

Comments are closed.