ରାସ୍ତାରେ ଲାଞ୍ଚ ନେଉଥିଲେ ଜେଇ , ମାଡ଼ି ବସିଲା ଭିଜିଲାନ୍ସ

ବାରିପଦା – ଭିଜିଲାନ୍ସ ହାତରେ ଧରାପଡ଼ିଲେ ଲାଞ୍ଚୁଆ ଯନ୍ତ୍ରୀ । ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ କନିଷ୍ଠ ଯନ୍ତ୍ରୀ ଆଶିଷ ଘଡ଼େଇ ୫ଟି ସ୍କୁଲ କାମର ବିଲ୍ କରାଇଦେବାକୁ କଣ୍ଟ୍ରାକ୍ଟରଙ୍କ ଠାରୁ ୬୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ। ତାଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରାଯାଇଛି। ସେ ଅରିକୂଳ ରାସ୍ତାରେ ଟଙ୍କା ନେଲା ବେଳେ ଧରାପଡ଼ିଛନ୍ତି। ବାରିପଦା ଭିଜିଲାନ୍ସ ଏ ନେଇ ଏକ ମାମଲା ରୁଜୁ କରିଛି।
ସେପଟେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ସନ୍ଦେହରେ ଆଶିଷଙ୍କ ଘର, ସରକାରୀ କ୍ୱାର୍ଟର ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ ।

ମିଳିଥିବା ସୂଚନା ଅନୁସାରେ, ବିଲ୍ ପାସ୍‌ କରାଇ ଦେବାକୁ ଆଶିଷ ଲାଞ୍ଚ ମାଗିବା ପରେ ଠିକାଦାର ଜଣକ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ପରେ ଭିଜିଲାନ୍ସ ଯନ୍ତ୍ରୀଙ୍କୁ ଧରିବାକୁ ଯୋଜନା କରିଥିଲା।

Comments are closed.