୧୧ଟି ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର : ନୂଆପଡା-କଳାହାଣ୍ଡି ବିଜୁ ଏକ୍ସପ୍ରେସ ୱେ ୨ରୁ ୪ ଲେନ୍ ହେବ

ଭୁବନେଶ୍ୱର- ରାଜ୍ୟ କ୍ୟାବିନେଟ ବୈଠକରେ ୧୧ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିସି ଜରିଆରେ କ୍ୟାବିନେଟ ବୈଠକ ବସିଥିଲା । ଏଥିରେ ଅର୍ଥ, ମତ୍ସ୍ୟ ଓ ପଶୁସଂପଦ ବିକାଶ, ସାଧାରଣ ପ୍ରଶାସନ ବିଭାଗ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ନୂଆପଡା-କଳାହାଣ୍ଡି ବିଜୁ ଏକ୍ସପ୍ରେସ ୱେ ୨ରୁ ୪ ଲେନ୍ ହେବ । ଏହି ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ବାଜିଛି । ୧୭୪ କିଲୋମିଟର ବିଜୁ ଏକ୍ସପ୍ରେସ ୱେ ୪ ଲେନ୍ କରିବା ପାଇଁ ୪୪୮ କୋଟି ଟଙ୍କା ଖର୍ଚ୍ଚ ହେବ ।

କଟକର ପଟ୍ଟାପୋଲଠାରୁ ମାତୃଭବନ ଯାଏ ରହିଥିବା ୩ ଦଶମିକ ୪ କିଲୋମିଟର କେନାଲ ଉପରେ ବକ୍ସ ଡ୍ରେନ ପ୍ରସ୍ତୁତ ହେବ । ବକ୍ସ ଡ୍ରେନ ଉପରେ ଓସାରିଆ ରାସ୍ତା ନିର୍ମାଣ ହେବ । କଟକ ସହରର ଟ୍ରାଫିକ ଓ ବର୍ଷା ସମୟରେ ଜଳବନ୍ଦୀ ସମସ୍ୟା ଦୂର ହେବ ।

Comments are closed.