ସ୍କୁଲ ଯାଉନଥିବାରୁ ମାଲକାନଗିରିର ୧୦ ଜୁନିଅର ଶିକ୍ଷକ ଚାକିରିରୁ ବିଦା

ମାଲକାନଗିରି – ସ୍କୁଲ ନ ଯାଇ ଦୀର୍ଘ ଦିନ ଧରି ଛୁଟିରେ ରହିଥିବା ମାଲକାନଗିରି ଜିଲ୍ଲାର ୧୦ ଜଣ କନିଷ୍ଠ ଶିକ୍ଷକଙ୍କୁ ବହିଷ୍କାର କରାଯାଇଛି।
ମାଲକାନଗିରି ଜିଲ୍ଲାର ଉପାନ୍ତ ଅଞ୍ଚଳରେ ନିଯୁକ୍ତି ପାଇଥିବା ଏହି ଶିକ୍ଷକମାନେ ଦୀର୍ଘ ଦିନ ହେଲା ଅନୁପସ୍ଥିତ ରହୁଥିଲେ। ଏପରିକି କିଏ ୪ ବର୍ଷ ତ କିଏ ୫ ବର୍ଷ ହେଲା ସ୍କୁଲକୁ ଆସୁ ନ ଥିଲେ। ଏ ନେଇ ସେମାନଙ୍କ ନିଜ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରି ନ ଥିବା ବେଳେ ନୋଟିସ୍‌ ପଠାଇଲେ ତାହାର ଉତ୍ତର ଦେଉ ନ ଥିଲେ। ଏଥିଯୋଗୁ ପିଲାଙ୍କ ପାଠପଢ଼ା ବାଧାପ୍ରାପ୍ତ ହେଉଥିଲା। ତେଣୁ ଜିଲ୍ଲା ଶିକ୍ଷାଧିକାରୀ ମାନସ କୁମାର ଜେନା ଅନୁପସ୍ଥିତ ରହୁଥିବା ୧୦ ଶିକ୍ଷକଙ୍କୁ ବହିଷ୍କାର କରିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ ମାନସ କୁମାର ଜେନା ।

Comments are closed.