ଅର୍ଜୁନ କୁଜୁର ମେମୋରିଆଲ ଫୁଟବଲ ଟୁର୍ନାମେଣ୍ଟ ଆରମ୍ଭ

ରାଉରକେଲା: ରାଉରକେଲା ବନ୍ଧମୁଣ୍ଡାର ଡି କେବିନ ସ୍ଥିତ ଜୟ ହିନ୍ଦ କ୍ଲବ ପଡ଼ିଆ ଠାରେ ଆୟୋଜିତ ଆଠ ଦିନିଆ ତୃତୀୟ ଅର୍ଜୁନ କୁଜୁର ମେମୋରିଆଲ ଫୁଟବଲ ଟୁର୍ନାମେଣ୍ଟ ମଙ୍ଗଳବାର ଦିନ ଉଦ୍ଘାଟିତ ହେଇ ଯାଇଅଛି। ଟୁର୍ନାମେଣ୍ଟର ପ୍ରଥମ ଦିନରେ ଦୁଇଟି ମ୍ୟାଚ୍ ଆୟୋଜିତ ହୋଇଥିଲା। ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ରହି ରାଉରକେଲା ବିଧାୟକ ଶାରଦା ପ୍ରସାଦ ନାୟକ ପ୍ରଥମ ମ୍ୟାଚ୍ ଉଦ୍ଘାଟନ କରିଥିଲେ। ଏହି ସମୟରେ ଡି ଅଭିବ କୁମାର, ବି ବରଦେଶ୍ୱର ରାଓ, ସନ୍ଧ୍ୟା ଲାକ୍ରା, ଲିଟୁ ପୋହାନ ସମ୍ମାନିତ ଅତିଥି ଭାବରେ ଉପସ୍ଥିତ ଥିଲେ।ଟୁର୍ନାମେଣ୍ଟକୁ ସମ୍ବୋଧିତ କରି ମୁଖ୍ୟ ଅତିଥି ନାୟକ କହିଛନ୍ତି ଯେ ଜୟ ହିନ୍ଦ କ୍ଲବ୍ର ଫୁଟବଲ ଟୁର୍ନାମେଣ୍ଟ ସମଗ୍ର ଜିଲ୍ଲାରେ ପ୍ରସିଦ୍ଧ। ସବୁ ସ୍ଥାନରେ ଏଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ଉଚିତ୍। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍ ଯୋଗା ୟୁନାଇଟେଡ୍ ଭୁବନେଶ୍ୱର ଏବଂ ଟିଚର୍ସ କ୍ଲବ୍ ହମିରପୁର ମଧ୍ୟରେ ଖେଳାଯାଇଥିଲା। ଯେଉଁଥିରେ ଟିଚର୍ସ କ୍ଲବ୍ ଟ୍ରାଇ ବ୍ରେକରରେ ଜିତ ହାସିଲ କରିଛି। ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ମ୍ୟାଚ୍ ଝାଡଖଣ୍ଡର ଜଗନ୍ନାଥପୁର ଏବଂ ଯୋଲଡା ଦଳ ମଧ୍ୟରେ ଖେଳାଯାଇଥିଲା। ଯେଉଁଥିରେ ଯୋଲଡା ଦଳ ଟ୍ରାଇ ବ୍ରେକରରେ ଜିତ ହାସିଲ କରିଛି। ଏହି ଅବସରରେ ଦକ୍ଷିଣ ପୂର୍ବ ରେଳବାଇ ମେନ୍ସ କଂଗ୍ରେସ ସଂଗଠନର କେନ୍ଦ୍ରୀୟ କୋଷାଧ୍ୟକ୍ଷ ରତନ ପଣ୍ଡା, ଡିସିଏସ୍ ରାଓ, ଦେବାଶିଷ ପତି,ଜିତେନ୍ଦ୍ର କୁମାର ସିଂ,ବରୁଣ ଜେନା,ବିକାଶ ଜେନା ବିଶେଷ ଅତିଥି ଭାବରେ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଟୁର୍ନାମେଣ୍ଟର ସଫଳ ଆୟୋଜନରେ ଜୟ ହିନ୍ଦ କ୍ଲବର ସମସ୍ତ ସଦସ୍ୟଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।

Comments are closed.