ବିଶ୍ୱକପ ହକି : ପ୍ରଥମ ବିଦେଶୀ ଦଳ ଭାବେ ଆଜି ଭୁବନେଶ୍ୱରରେ ପହଞ୍ଚିବ ନେଦରଲାଣ୍ଡସ ଟିମ୍

ଭୁବନେଶ୍ୱର – ହକି ବିଶ୍ବକପକୁ ଆଉ ମାତ୍ର ୯ ଦିନ ବାକି ଥିବା ବେଳେ ବଢ଼ିବାରେ ଲାଗିଛି କ୍ରୀଡ଼ାପ୍ରେମୀଙ୍କ ଉତ୍ସାହ । ଏଣେ ଆଜି ପ୍ରଥମ ବିଦେଶୀ ଦଳ ଭାବେ ଭୁବନେଶ୍ୱରରେ ପହଞ୍ଚିବ ନେଦରଲାଣ୍ଡସ ଟିମ୍ । ୨୦୧୮ ବିଶ୍ବକପରେ ଉପବିଜେତା ହୋଇଥିଲା ନେଦରଲାଣ୍ଡସ । ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ନେଦରଲାଣ୍ଡ୍ସ ଟିମକୁ ମେ’ ଫେୟାର ହୋଟେଲ ନିଆଯିବ । ଆସନ୍ତା ଜାନୁଆରୀ ୧୪ରେ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ମାଲେସିଆ ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିବ ନେଦରଲାଣ୍ଡସ । ଆସନ୍ତାକାଲି ଚିଲି, ଜାପାନ, ଆର୍ଜେଣ୍ଟିନା ଟିମ୍ ଭୁବନେଶ୍ୱରରେ ପହଞ୍ଚିବେ ।

Comments are closed.